fbpx

ଗୁରୁଦ୍ୱାରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

କାବୁଲ,୨୫ ।୩: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ଗୁରୁଦ୍ୱାର ଉପରେ କିଛି ଆତଙ୍କବାଦୀମାନେ ଆଜି ଆତ୍ମଘାତୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ରୁ ୯ ଲୋକ ଗୁରୁତର ଆହତ ହୋଇଛନ୍ତିି । ଅଧିକାରୀଙ୍କ କହିବା ମୁତାବକ, ଆଜି ସକାଳ ୭.୪୫ରେ କିଛି ବନ୍ଧୁକଧାରୀ ଆତଙ୍କବାଦୀମାନେ ଗୁରୁଦ୍ୱାର ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ଗୁରୁଦ୍ୱାର ମଧ୍ୟରେ ୧୫୦ ରୁ ଅଧିକ ଶ୍ରଦ୍ଧାଳୁ ଥିଲେ । ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।


ତେବେ ସାରା ବିଶ୍ୱ କରୋନାକୁ ନେଇ ଚିନ୍ତାରେ ଥିବା ବେଳେ ଆତଙ୍କବାଦୀଙ୍କ ଗୁରୁଦ୍ୱାର ଉପରେ ଆକ୍ରମଣ କରିବା ଘଟଣାକୁ ଭାରତ ତୀବ୍ର ନିନ୍ଦା କରିଛି ।

Get real time updates directly on you device, subscribe now.