fbpx

Video: ମାର୍କେଟକୁ ଆସିଲା ଗୁଟଖା ଡ୍ୟାନ୍ସ; ପାଟିରେ ପକାଇ ଷ୍ଟେଜରେ ଲଗାଇଲେ ନିଆଁ

ନୂଆଦିଲ୍ଲୀ: ବିବାହ ସମୟରେ ଅନେକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏହି ଡ୍ୟାନ୍ସ ଭିଡିଓରେ ଏପରି ଷ୍ଟେପ୍ ଦେଖାଯାଏ ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ତେବେ ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି ଯାହା ଭାଇରାଲ ହୋଇଛି ଏବଂ ଲୋକମାନେ ଏହି ଭିଡିଓର ମଜା ନେଉଛନ୍ତି । ଏହା ଗୁଟଖା ଡ୍ୟାନ୍ସ ନାମରେ ଭାଇରାଲ ହେଉଛି ।

ଏହି ଭିଡିଓକୁ ଜଣେ ୟୁଜର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓଟି ପ୍ରଥମେ ଅତି ସାଧାରଣ ଭାବେ ପୋଷ୍ଟ କରାଯାଇଥିଲା । କିନ୍ତୁ ଖୁବଜୋରରେ ଭାଇରାଲ ହେବା ଯୋଗୁଁ କ୍ୟାପସନ ଚେଞ୍ଜ କରାଯାଇଥିଲା । ଭିଡିଓରେ ଦେଖାଯାଇଛି ଯେ ଗୋଟିଏ ଷ୍ଟେଜରେ ଅନେକ ଲୋକ ଡ୍ୟାନ୍ସ କରୁଛନ୍ତି । କିଛି ଲୋକ ଉପରେ ଡ୍ୟାନ୍ସ କରୁଥିଲାବେଳେ କିଛି ଷ୍ଟେଜ୍ ତଳେ ଡ୍ୟାନ୍ସ କରୁଛନ୍ତି ।

ଏହି ସମୟରେ ଜଣେ ଯୁବକ କ୍ୟାମେରା ସାମ୍ନାରେ କିଛି କରୁଥିବାର ନଜର ଆସିଥିଲେ । ଲୋକମାନେ ଧ୍ୟାନର ସହିତ ଦେଖିବାକୁ ଚେଷ୍ଟା କରିଥିଲେ ଯେ ଯୁବକ ଜଣଙ୍କ କଣ କରୁଛନ୍ତି । ପରେ ଯୁବକ ଗୁଟଖା ପ୍ରସ୍ତୁତ କରିବା ଭଙ୍ଗୀରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଗୁଟଖାକୁ ପ୍ରସ୍ତୁତ କରି ତାକୁ କିପରି ଖାଇଥିଲେ ତାହା ଏହି ଡ୍ୟାନ୍ସ ଶୈଳୀରେ ସେ ଦେଖାଇବାକୁ ଚେଷ୍ଟା କରିଥିଲେ ।

 

View this post on Instagram

 

A post shared by 🦋 MAHI 🦋 (@butterfly__mahi)

ଯୁବକ ଜଣଙ୍କ ପ୍ୟାକେଟରୁ ଗୁଟକା କାଢି ଡ୍ୟାନ୍ସ କରିବା ଷ୍ଟାଇଲରେ ଏହାକୁ ଖାଇବାରେ ଲାଗିଥିଲେ । ଏହାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ । ସବୁଠାରୁ ମଜାଦାର କଥା ହେଉଛି ଗୁଟଖା ପାଟିରେ ପକାଇବା ପରେ ସେ ଡ୍ୟାନ୍ସ କରି କରି ଲୋକଙ୍କ ମଝିରେ ପହଞ୍ଚି ଯାଇଥିଲେ । ଏହା ପରେ ସେ ଏପରି ମଜାଦାର ଷ୍ଟାଇଲରେ ଡ୍ୟାନ୍ସ କରିଥିଲେ ଯାହା ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.