fbpx
BJD
BJD SKY
BJD SKY

ଶୀତ ଦିନେ ଝଡ଼ୁଛି କି ଚୁଟି? ଇମ୍ୟୁନିଟି ହେଉଛି କି ଦୁର୍ବଳ? ପ୍ରତିଦିନ ଖାଆନ୍ତୁ ଗୋଟିଏ ଅଣ୍ଡା, ଦୂର ହୋଇଯିବ ଏହି ୫ଟି ବଡ଼ ସମସ୍ୟା

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନ ସାରା ଦେଶରେ ଶୀତ ଲହର ଜାରି ରହିଛି । ଏହି ସମୟରେ ଲୋକମାନେ ଶରୀରକୁ ଗରମ ରଖିବାକୁ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି । ହେଲେ ପୂର୍ବ ବର୍ଷ ପରି ଚଳିତ ଥର ମଧ୍ୟ କରୋନା ମହାମାରୀର ସମୟ ଜାରି ରହିଛି । ତେଣୁ ଏଭଳି ସମୟରେ ଇମ୍ୟୁନିଟିର ଧ୍ୟାନ ରଖିବା ଜରୁରୀ । କିନ୍ତୁ କଣ ଆପଣ ଜାଣନ୍ତି କି ଏହି ଦିନରେ ଶରୀରର ଧ୍ୟାନ ରଖିବାରେ ଅଣ୍ଡାର ମହତ୍ତ୍ୱ ଅନେକ ରହିଛି । ଅଣ୍ଡା କେବଳ ଶରୀରକୁ ଗରମ ରଖେ ନାହିଁ ବରଂ ଇମ୍ୟୁନିଟି ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଶୀତ ଦିନରେ ଅଣ୍ଡା ଖାଇବା ଦ୍ୱାରା କେଉଁ ୫ଟି ବଡ଼ ଫାଇଦା ମିଳେ ।

ଶୀତ ଦିନରେ ଖାସ୍ କରି ବର୍ତ୍ତମାନ କରୋନା ସ୍ଥିତି ମଧ୍ୟରେ ଅଣ୍ଡା ଏକ ଖୁବ୍ ଲାଭକାରୀ ଜିନିଷ । ଅଣ୍ଡା ଖାଇବା ଦ୍ୱାରା ଇମ୍ୟୁନିଟି ବଢ଼ିଥାଏ, ହେୟାର୍ ଫଲ୍ ସମସ୍ୟା ଦୂର ହୁଏ, ତ୍ୱଚାରେ ଚମକ ଆସେ, ଶରୀରକୁ ଗରମ ରଖେ ଓ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ସେହିପରି ହୃଦ ରୋଗ ସମସ୍ୟା ଥିଲେ ତାକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ ଅଣ୍ଡା ।

Get real time updates directly on you device, subscribe now.