fbpx
BJD
BJD SKY
BJD SKY

ଏହି ଉପାୟ କରିବା ଦ୍ୱାରା ଭଲ ହୋଇଯିବ ସମସ୍ତ କେଶ ସମସ୍ୟା

BJD

ଆଜିକାଲି ସମସ୍ତଙ୍କୁ ଚୁଟି ଝଡିବାର ସମସ୍ୟା ଲାଗି ରହିଛି । କିଏ କେତେ ଟଙ୍କା କେଶ ପାଇଁ ଖର୍ଚ୍ଚ କରୁଛନ୍ତି । ତଥାପି କମୁନାହିଁ କେଶ ସମସ୍ୟା । ଛୁଟିଝଡିବାର ଅନେକ କାରଣ ତାହା ମଧ୍ୟରୁ ଋତୁ ପରିବର୍ତ୍ତନ ଅନ୍ୟତମ । ସାଧାରଣତଃ ଶୀତ ଦିନରେ କେଶର ଅନେକ ସମସ୍ୟା ଦେଖାଯାଇଥାଏ ।ଯେମିତିକି ରୁପି ହେବା, କେଶ ମୂଳ ଶୁଖିଲା ହୋଇଯାଇ କୁଣ୍ଡାଇ ହେବା, ପ୍ରବଳ ଚୁଟି ଝଡିବା ଆଦି ସମସ୍ୟା ଦେଖାଯାଇଥାଏ । ହେଲେ ଆମେ ଶୀତଦିନ ପାଇଁ କେଶଯତ୍ନର କିଛିଟା ଟିପ୍ସ କହିବୁ ଯାହାକି ଚୁଟି ଝଡିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବ ।

ପ୍ରଥମ ଟିପ୍ସ ଟି ହେଉଛି ଶୀତଦିନେ କେହି ଥଣ୍ଡାପାଣିରେ ଗାଧେଇବାକୁ ପସନ୍ଦ କରନ୍ତିନି । ଗରମ ପାଣି ବ୍ୟବହାର କରନ୍ତି ଗାଧୋଇବା ନିମନ୍ତେ । ହେଲେ ଶୀତଦିନେ ଅଧିକ ଗରମ ଥିବା ପାଣିରେ ମୁଣ୍ଡ ଧୋଇବା ଭଲ ନୁହେଁ । ଏହାଦ୍ୱାରା ଆପଣଙ୍କ ଚୁଟି ଆହୁରି ଝଡିବାକୁ ଲାଗିବ । ସେହିପରି ଗରମ ପାଣି ଆସୁଥିବା ସାୱାର ତଳେ ଠିଆ ହେବା ମଧ୍ୟ କେଶ ପାଇଁ ବିପଦ ଅଟେ । ତେଣୁ ଗରମପାଣି ସହିତ କିଛି ଥଣ୍ଡାପାଣି ମିଶାଇ ମୁଣ୍ଡ ଧୋଇବା ଆବଶ୍ୟକ ।

୨ୟ କଥାଟି ହେଉଛି ମୁଣ୍ଡରେ ଗରମ ତେଲ ମାଲିସ କରନ୍ତୁ । ଯେବେ ଆପଣଙ୍କୁ ମୁଣ୍ଡ ଧୋଇବାର ଥିବ,ପୂର୍ବଦିନ ନଡିଆ କିମ୍ବା ଯେଉଁତେଲ ଲଗାଉଛନ୍ତି ତାକୁ ଟିକେ ଉଷୁମ କରି ଲଗାଇ ପରଦିନ ମୁଣ୍ଡ ଧୋଇବା ଆବଶ୍ୟକ ।

୩ୟରେ ସପ୍ତାହକୁ ଆପଣଙ୍କ ହେୟାରରେ ମାସ୍କ ଲଗାନ୍ତୁ । କ୍ଷୀର ଦହି ଅଣ୍ଡାକୁ ମିଶାଇ ଲଗାଇ ପାରିବେ ନଚେତ ଘିକୁଆଁରୀକୁ ମୁଣ୍ଡରେ ଲଗାଇ ୧୫ମିନିଟ ପରେ ସାମ୍ପୁ କରିପାରିବେ । ଏହା କରିବା ଦ୍ୱାରା ଚୁଟିର ପ୍ରୋଟିନ ଠିକ ଭାବେ ବଜାୟ ରହିଥାଏ ।

୪ର୍ଥ ଟିପ୍ସରେ ଆପଣ ଖାଇବା ସହିତ ଅଁଳା ଯୋଗ କରନ୍ତୁ । ଅଁଳା ଖଇଲେ ଚୁଟି ଝଡିବା ବନ୍ଦ ହେବା ସହ ରୂପି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

୫ମ ଟିପ୍ସଟି ହେଉଛି, ଆପଣ ପ୍ରତିଦିନ ଖାଦ୍ୟରେ ଘିଅ ଖାଇପାରିବେ । ଏହାସହ ଅଁଳାଗୁଣ୍ଡ କୁ ଘିଅ ସହ ମାଲିସ କରିଲେ ଚୁଟିର ସବୁ ସମସ୍ୟା ଦୂର ହୋଇଯାଇଥାଏ । ଘିଅ ଶୀତଦିନ ପାଇଁ ଏକ ଲାଭକାରୀ ଜିନିଷ ।

Get real time updates directly on you device, subscribe now.