fbpx
BJD SKY
BJD SKY

ରାତିରେ ମଲା, ସକାଳେ ବଞ୍ଚିଲା

BJD

ଉତ୍ତରପ୍ରଦେଶର ସନ୍ତ କମିରନଗର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି, ଯେଉଁଥିରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅବହେଳାର ଖୁଲାସା ହୋଇଛି । କରୋନାରେ ପୁଅ ମରିଛି ବୋଲି ବାପାଙ୍କୁ ସୂଚନା ଦେଇଥିଲା ପୋଲିସ । ଏପରିକି ମୃତଦେହକୁ ସିଲ୍ କରି ଘରକୁ ମଧ୍ୟ ପଠାଇଦେଲା, ଯାହାକୁ ନେଇ ସାରା ରାତି ପରିବାରେ ଲୋକେ ଓ ଗ୍ରାମବାସୀଙ୍କ ଶୋକ କରିଥିଲେ । କିନ୍ତୁ ସକାଳେ ଅନ୍ତିମ ସଂସ୍କାର ପାଇଁ ଗଲାବେଳେ ମୃତ ପୁଅର ମୁହଁ ଦେଖି ବାପା ଓ ପୋଲିସର ହୋସ୍ ଉଡିଗଲା । ପ୍ରକୃତରେ ମୃତ ବ୍ୟକ୍ତି ତାଙ୍କ ପୁଅ ନଥିଲା, ବରଂ ତାହା ଆଉ ଜଣେ କରୋନା ରୋଗୀର ଶବ ଥିଲା ବୋଲି ଜଣାପଡିଲା ।

ତେବେ ସମ୍ପୂର୍ଣ୍ଣ ଘଟଣା ମହଲି ପୋଲିସ ଷ୍ଟେସନ ଅନ୍ତର୍ଗତ ମଥୁରାପୁର ଗାଁରେ ଘଟିଯାଇଛି । ସେହି ଗାଁର ବାସିନ୍ଦା କୁମାର ଘରକୁ ପୋଲିସର ଫୋନ୍ ଆସିଥିଲା କି, ଆପଣଙ୍କ ପୁଅର ମୃତ୍ୟୁ ଘଟିଛି ଓ ତାଙ୍କ ମୃତ ଦେହ ଘରକୁ ପଠାଯାଉଛି । ପୁଅର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଅଧୈର୍ଯ୍ୟ ହେବା ସହ କାନ୍ଦ ବୋବାଳି ଆରମ୍ଭ କରିଥିଲେ । ଅନ୍ତିମ ସଂସ୍କାର ପାଇଁ ଜୁଇରେ ନିଆଁ ଲଗାଇବା ଗଳାବେଳେ ପୁଅର ଚେହେରା ଦେଖିବାରୁ ଘଟଣାର ଖୁଲାସା ହେଲା । ପ୍ରକୃତରେ କରୋନାରେ ଚିକିତ୍ସିତ ହେଉଥିବା କୁମାର ଓ ମୃତ ଯୁବକ ଗୋଟିଏ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଡବଡ ହୋଇଥିଲା । ଫଳରେ ସେମାନେ କୁମାର ବଦଳରେ ଅନ୍ୟ ବ୍ୟକ୍ତିର ମୃତ ଦେହ କୁମାରଙ୍କ ପରିବାର ଲୋକଙ୍କୁ ପଠାଇଥିଲେ । ଘଟଣାର ଖୁଲାସା ହେବା ପରେ ଜଣାପଡିଲା ଯେ, କୁମାର ଏବେ ବି ଜୀବିତ ଅଛନ୍ତି ।

Get real time updates directly on you device, subscribe now.