fbpx
BSKY
BJD SHG SKY
BJD YOUTH SKY

ଓଡ଼ିଶାରେ ପ୍ରଥମ: SCBରେ ସଫଳ ହେଲା ରକ୍ତ କର୍କଟ ରୋଗୀଙ୍କ ‘ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଦିନକୁ ଦିନ ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ୁଛି । ଏହା ମଧ୍ୟରେ କଟକ ବଡ଼ ମେଡିକାଲରେ ଏକ ବିରଳ ପ୍ରତିରୋପଣ କରାଯାଇଛି । ରାଜ୍ୟରେ ପ୍ରଥମ ଥର ‘ହାପଲୋ ଅସ୍ଥିମଜ୍ଜା ପ୍ରତିରୋପ ଣ ସଫଳତା ସହିତ ସମ୍ପାଦିତ ହୋଇଛି । ଜଣେ ରକ୍ତ କର୍କଟ ରୋଗୀଙ୍କର ଶଣୀରରେ ହାପଲେ ପଦ୍ଧତିରେ ଏହି ପ୍ରତିରୋପଣ କରାଯାଇଛି । ତେବେ ଉଭୟ ଷ୍ଟେମ ସେଲ ଦାତା ଓ ଗ୍ରହୀତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।

ଗତ ୨୦୨୪ ମସିହା ଫେବୃଆରୀ ମାସ ୨୬ ତାରିଖରେ ଏସସିବିର ହେମାଟୋଲୋଜି ବିଭାଗରେ ଅସ୍ଥିମଜ୍ଜା ପ୍ରତିରୋପଣ ପଦ୍ଧତିର ଶୁଭାରମ୍ଭ କରାଯାଇଥିଲା । ଏହି ପଦ୍ଧତିରେ ରକ୍ତ କର୍କଟ ରୋଗରେ ସଂକ୍ରମିତ ଥିବା ରୋଗୀଙ୍କ ରକ୍ତ ସୃଷ୍ଟି କରୁଥିବା ଷ୍ଟେମ ସେଲ୍ ପ୍ରତିରୋପଣ କରାଯାଇଥାଏ । ଏହି ପ୍ରତିରୋପଣ ପାଇଁ ଘରୋଇ ହସ୍ପିଟାଲରେ ପାଖାପାଖି ୪୦-୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ତାହା ମାତ୍ର ୪ ଲକ୍ଷ ଟଙ୍କା ଖର୍ଚ୍ଚରେ ସମ୍ଭବ ହୋଇପାରିଛି । ଏହା ରାଜ୍ୟର ପ୍ରଥମ ହୋଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରାଯାଇଥିଲା ।

୨୦୨୧୪ ଏପ୍ରିଲ ୨୩ରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚର ଜଣେ ୫୪ ବର୍ଷୀୟା ମହିଳାଙ୍କର ପ୍ରଥମ ଅସ୍ଥିମଜ୍ଜା ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା । ତା’ ପରଦିନ ୨୪ ତାରିଖରେ ଯାଜପୁର ଜିଲ୍ଲାର ଜଣେ ୫୭ ବର୍ଷୀୟଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଥିଲା । ଗୋଟିଏ ପଟେ ଏହି ପ୍ରତିରୋପଣ ସଫଳତା ହାସଲ କରୁଥିବା ବେଳେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କୌଣସି ଏକ ସରକାରୀ ହସ୍ପିଟାଲରେ ୧୪୬ଟି ଅସ୍ଥିମଜ୍ଜା ପ୍ରତିରୋପଣ କରିବାରେ ଏସସିବି ପ୍ରଥମ ବୋଲି କୁହାଯାଉଛି ।

ତେବେ ପୂର୍ବରୁ ଏସସିବିରେ ଅଟୋଲୋଗସ ଓ ଆଲୋଜେନିକ ପଦ୍ଧତିରେ ମଧ୍ୟ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳ ହୋଇଥିଲା । ଏବେ ହାପଲୋ ଭଳି ଅତ୍ୟାଧୁନିକ ପଦ୍ଧତିରେ ଏହି ଅସ୍ତ୍ରୋପଚାର ସଫଳ ହୋଇଥିବା ବିଭାଗୀୟ ମୁଖ୍ୟ କହିଛନ୍ତି । ଆଲୋଜେନିକ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ଉଭୟ ଦାତା ଓ ଗ୍ରହୀତାଙ୍କ ହ୍ୟୁମାନ ଲୁକୋସାଇଟ ଆଣ୍ଟିଜେନ-ଏଚଏଲଏ ୯୦ ପ୍ରତିଶତରୁ ଅଧିକ ମେଳ ଖାଉଥିବା ଆବଶ୍ୟକ ହୋଇଥାଏ । ମାତ୍ର ହାପଲୋ ପଦ୍ଧତିରେ ୫୦ ପ୍ରତିଶତ ଏଚଏଲ ମେଳ ଖାଉଥିଲେ ପ୍ରତିରୋପଣ ସମ୍ଭବପର ହୋଇଥାଏ ।

Get real time updates directly on you device, subscribe now.