CHARIDHAM

Happy Fathers Day, ବାପାଙ୍କ ପାଇଁ ଦିନଟିଏ

ଏଡ଼ିକିଟିଏରୁ ଏତେବଡ କରିଥିବା ବାପାଙ୍କ ପାଇଁ ଆଜିର ଏହି ଦିନ

ଓଡିଶା ଭାସ୍କର: ଆଜି ହେଉଛି ଜୁନ 15 ( Fathers Day)। ଏହି ଦିନ ସମସ୍ତ ବାପା ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଗୋଟେ ପରିବାରରେ ସବୁବେଳେ ଜଣେ ବାପା ମୁଖ୍ୟ ହୋଇଥାନ୍ତି। ସବୁ ବିପଦ ଆପଦକୁ ପ୍ରଥମେ ସେ ହିଁ ସାମ୍ନା କରିଥାନ୍ତି।

ଜଣେ ମାଆ ଯେପରି ପିଲାମାନଙ୍କୁ ସମର୍ଥନ କରନ୍ତି ଏବଂ ସେମାନଙ୍କ ଯତ୍ନ ନିଅନ୍ତି, ସେହିପରି ଜଣେ ବାପା ମଧ୍ୟ ତାଙ୍କ ପିଲାମାନଙ୍କର ଭବିଷ୍ୟତକୁ ଉନ୍ନତ କରିବା ପାଇଁ ଦିନରାତି କଠିନ ପରିଶ୍ରମ କରିଥାନ୍ତି।

ବାପାଙ୍କ ବିନା ଘର ଅଧୁରା: ବାପାଙ୍କ ବିନା ଘର ସମ୍ପୂର୍ଣ୍ଣ ଲାଗେ ନାହିଁ। ପିଲାଙ୍କର ଅଳି ଅଝଟ ସହିବା ସହିତ ସମସ୍ତ ପ୍ରକାର ଆବଶ୍ୟକତା ପୁରଣ ନିମନ୍ତେ ବାପା ହିଁ ସବୁ କିଛି କରିଥାନ୍ତି। ଯେତେବେଳେ ବାପା ଛୁଆଙ୍କ ଖୁସି ପାଇଁ ଏତେ ସବୁ କରିଥାନ୍ତି, ଛୁଆ ମାନଙ୍କର ମଧ୍ୟ ବାପା ମାନଙ୍କ ପ୍ରତି କିଛି କର୍ତ୍ତବ୍ୟ ଅଛି।

ବାପାଙ୍କ ପ୍ରତି କର୍ତ୍ତବ୍ୟ: ସେହି କର୍ତ୍ତବ୍ୟ ହେଉଛି, ପ୍ରତିଦିନ ସେମାନଙ୍କ ମୁହଁରେ ହସ ଆଣିବା ଏବଂ ଖୁସିରେ ରଖିବା ପାଇଁ ଚେଷ୍ଟା କରିବା। ତାଙ୍କ ସମସ୍ୟାକୁ ନିଜ ସମସ୍ୟା ଭାବି ଦୂର କରିବାକୁ ଚେଷ୍ଟା କରିବା।

ଆଜିକା ସମୟରେ fathers day ପାଇଁ କେତେ କଣ କରାଯାଉଛି। ଯେପରି Whatsapp, Facebook ରେ ସ୍ୱତନ୍ତ୍ର ମେସେଜ୍ ପଠାଇ wish କରିବା, ବଡ ବଡ ହୋଟେଲକୁ ଯାଇ ଖାଇବା, କେକ କାଟିବା, ବୁଲିବାକୁ ଯିବା, gift ଦେବା ଇତ୍ୟାଦି।

ଏସବୁ କରିବା ଉଚିତ କିନ୍ତୁ ଏହି ଗୋଟିଏ ଦିନର celebrate ପାଇଁ ନୁହେଁ। ସେମାନଙ୍କୁ ତ ପ୍ରକୃତ ଖୁସି ସେତେବେଳେ ମିଳିଥାଏ ଯେତେବେଳେ ତାଙ୍କର ଦରକାର ସମୟରେ ନିଜ ପିଲା ତାଙ୍କ ସାହାରା ହୋଇଥାନ୍ତି। ତେବେ ଆଜି ପ୍ରତିଜ୍ଞା କରନ୍ତୁ ନିଜ ବାପା ମାଆଙ୍କୁ ସବୁବେଳେ ଖୁସିରେ ରଖିବା ସହ ସେମାନଙ୍କର ସାହାରା ହେବେ।