ଭୁବନେଶ୍ବର: ବିଦାୟ ନେଇଛି ବିଦାୟୀ ବର୍ଷ 2024 । ଘଣ୍ଟାରେ ରାତି 12ଟାର ଟିକଟିକ ବାଜିସାରିଥିବା ବେଳେ ଏହାକୁ ତାଳଦେଇ ବାଣ ମଧ୍ୟ ଠୋ ଠୋ କରି ଫାଟିଛି । ସବୁରଙ୍ଗର ଆଲୋକରେ ରଙ୍ଗୀନ ହୋଇଛି ଆକାଶ । ନୂଆ ଆଶା ସହିତ ନବବର୍ଷକୁ ସ୍ବାଗତ କରିଛନ୍ତି ପୁରା ଦେଶବାସୀ । ତେବେ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । କାନ୍ଥରୁ ହଟିଯାଇଛି 2024ର କ୍ୟାଲେଣ୍ଡର ଏବଂ ରୋଡରେ ଲେଖାହୋଇଛି 2025ର ସ୍ବାଗତମ୍ । ଶୀତୁଆ ସକାଳରେ ବାଣ ଫୁଟାଇ ନାଚ ଗୀତର ସହିତ ସ୍ବାଗତ କରିଛନ୍ତି ଦେଶବାସୀ । କାଶ୍ମୀରରୁ କନ୍ୟାକୁମାରୀ କଚ୍ଛରୁ କୋହିମା ସବୁଠି ନୂଆବର୍ଷର ଉତ୍ସାହ । ଏହା ଓଡିଶା ନବବର୍ଷ ହୋଇନଥିଲେ ହେଁ ସମସ୍ତେ ଏହାକୁ ଖୁସିର ସହିତ ସ୍ବାଗତ କରିଥିବା ଦେଖାଯାଇଛି ।
ଯଦି ଭାରତ କଥା ଦେଖିବା ତେବେ ବିଭିନ୍ନ ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ କରାଯାଇଛି । ସୁସ୍ୱାଦୁ ଖାଦ୍ୟ, ପାନୀୟ ସହ ଭରପୁର ମଜା ଉଠାଇଛନ୍ତି ଦର୍ଶକ । ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ପରେ ବାଣ ଫୁଟାଇ ଏକାସଙ୍ଗେ ସମସ୍ତେ ହାରି ନ୍ୟୁୟକ କରାଯାଇଥିବା ଦେଖାଯାଇଥିଲା । ଗୀତର ତାଳେ ତାଳେ ସମସ୍ତେ ଝୁମିଥିଲେ । ହାପି ନ୍ୟୁ ୟର କହି ସମସ୍ତେ ଆଲିଙ୍ଗନ କରିଥିଲେ । ସହର ବିଭିନ୍ନ ସ୍ଥାନରେ ଲୋକେ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଏକାଠି ହୋଇ ଭୋଜିଭାତ କରିବା ସହ ନାଚଗୀତରେ ମସଗୁଲ ଅଛନ୍ତି । ଡ୍ରିଙ୍କ ଆଣ୍ଡ ଡ୍ରାଇଭ ସହ ରୋଡ ରୋମିଓଙ୍କୁ ସାବାଡ ପାଇଁ ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଥବଲା । ପୋଲିସ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।