fbpx

କାରରେ ପରିସ୍ରା କଲେ ବୋଲି ଦିବ୍ୟାଙ୍ଗକୁ ଛେଚିଲେ ବାବୁ, ଡ୍ରେସ ଖୋଲି ପୋଛିବାକୁ ବାଧ୍ୟ କଲେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଦିବ୍ୟାଙ୍ଗଙ୍କ ପ୍ରତି ବର୍ବରତା ହେଉଥିବା ଦେଖାଯାଇଛି । କାରରେ ପରିସ୍ରା କରିଦେଲେ ବୋଲି ଦିବ୍ୟାଙ୍ଗକୁ ଲହୁ ଲୁହାଣ କଲେ ଆୟକର ବିଭାଗର ଅବସରପ୍ରାପ୍ତ ଅଧିକାରୀ । ଏହି ଘଟଣା ଗତ ଗୁରୁବାର ଦିନର ହୋଇଥିବା ବେଳେ ଦଳିତ ଯୁବକଙ୍କୁ ରାସ୍ତାରେ ପିଟିଲେ । ଏନେଇ ଖବର ପାଇବା ପରେ ପୋଲିସ ଉକ୍ତ ଅଫିସରଙ୍କୁ ଗିରଫ କରିଥିବା ଜଣାପଡିଛି ।

ପୋଲିସର କହିବା ଅନୁସାରେ, ପ୍ରଥମେ ଅବସରପ୍ରାପ୍ତ କର୍ମଚାରୀ ଜଣେ ଦିବ୍ୟାଙ୍ଗକୁ କାରରେ ପରିସ୍ରା କରିବା ନେଇ ଆରୋପ ଲଗାଇଥିଲେ । କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ଅଧିକାରୀ । ଏହାପରେ ରାଗ ଜର୍ଜରିତ ହୋଇ ସେ ଦିବ୍ୟାଙ୍ଗ ଯୁବକଙ୍କୁ ରାସ୍ତାରେ ବାଡେଇଥିଲେ । ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ବ୍ୟକ୍ତିଜଣକ ଦିବ୍ୟାଙ୍ଗକୁ ନିଜ ସାର୍ଟ ଖୋଲି ପୋଛିବା ପାଇଁ ବାଧ୍ୟ କରିଥିଲେ । ଘଟଣା ସମୟରେ ଏକ ଭିଜିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବାବୁ ଜଣକ ତାଙ୍କୁ କାର ସଫା କରିବା ପାଇଁ ବାଧ୍ୟ କରୁଥିବା ଦେଖାଯାଇଛି ।ଏହା ସହ ତାଙ୍କୁ ଉଠାଇ ଉଠାଇ ପିଟୁଥିବା ଦେଖାଯାଇଛି । ଏନେଇ ଦିବ୍ୟାଙ୍ଗଙ୍କର ବାପା ଥାନାରେ ଅଭିଯୋଗ କରିଛନ୍ତି । ଏହାକୁ ଭିତ୍ତି କରି ପୋଲିସ ଅବସରପ୍ରାପ୍ତ ଅଧିକାରୀଙ୍କୁ ଗିରଫ କରି ଅଧିକ ପଚରାଉଚରା ଜାରି ରହିଛି ।

Get real time updates directly on you device, subscribe now.