fbpx

ମୋଷ୍ଟ ୱାଣ୍ଟେଡ ପାଇଁ ଥିଲା ୧୦ ଲକ୍ଷର ପୁରସ୍କାର: ଗୁଳିରେ ହରଦୀପ ସିଂହକୁ ହତ୍ୟା

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରକୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁଦ୍ୱାରା ନିକଟସ୍ଥ ପାର୍କିଙ୍ଗରେ ଗୁଳି କରି ହତ୍ୟା ହୋଇଥିବା ଜାଣିବାକୁ ମିଳିଛି । ହରଦୀପକୁ ଗୁଳି କରିବା ସମୟରେ ସେଠାରେ ଆଉ ଦୁଇ ଜଣ ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି । ବର୍ତ୍ତମାନ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଖୋଜିବାରେ ଲାଗିଛି ତଦନ୍ତକାରୀ ଟିମ୍ । ତେବେ ଗତବର୍ଷରୁ ଖଲିସ୍ତାନୀ ଆତଙ୍କୀ ହରଦୀପ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା ।

କାନାଡାରେ ରହୁଥିବା ବେଳେ ଖଲିସ୍ତାନୀ ଆତଙ୍କବାଦକୁ ଭାରତ ବିପକ୍ଷରେ ସୂଚନା ଦେଉଥିଲା ନିଜ୍ଜର । ଏହାବ୍ୟତୀତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଲୋକମାନଙ୍କୁ ହରଦୀପ ବିଦେଶରେ ଲଜିଷ୍ଟିକ ଏବଂ ଟଙ୍କା ଯୋଗାଇବା ଆରମ୍ଭ କରି ଦେଇଥିଲା । ତେଣୁ ୧ ବର୍ଷ ହେଲା ତଦନ୍ତକାରୀ ଟିମ୍ ହରଦୀପକୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରଖିଥିଲା । ଏହାସହିତ ଗତବର୍ଷ କିଛି ଦିନ ତଳେ ହରଦୀପ ସିଂହ ନିଜ୍ଜରକୁ ଡେଜିଗ୍ନେଟେଡ ଆତଙ୍କବାଦୀର ଘୋଷଣା କରିଥିଲେ ଭାରତ ସରକାର । ଏହାସହିତ ଧରାଇଦେବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି ।

Get real time updates directly on you device, subscribe now.