fbpx

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରୁ ମିଳିଲା ୫ କୋଟି ଟଙ୍କାର ୨ଟି ଘଣ୍ଟା, ଏୟାରପୋର୍ଟରେ ହେଲା ଜବତ

ମୁମ୍ବାଇ: ଟି୨୦ ବିଶ୍ୱକପ୍ ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଟିମ୍ ଇଣ୍ଡିଆ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରୁ ବାହାର କରିଦିଆଯାଇଛି । ଦଳରୁ ବାହାରିବା ପରେ ଏହି ଅଲରାଉଣ୍ଡର୍ ଅଡ଼ୁଆରେ ପଡ଼ିଛନ୍ତି । ଏବେ ସେ ଆଉ ଏକ ସମସ୍ୟାରେ ପଡ଼ିଛନ୍ତି । ଏୟାରପୋର୍ଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ୨ ଟି ୫ କୋଟି ଟଙ୍କାର ଘଣ୍ଟା ଜବତ କରାଯାଇଛି । ବିମାନବନ୍ଦରରେ କଷ୍ଟମ୍ ବିଭାଗ ୨ଟି ଘଣ୍ଟାକୁ ଜବତ କରିଛି ।

ହାର୍ଦ୍ଦିକଙ୍କ ଏହି ୨ଟି ଘଣ୍ଟାର କୌଣସି ବିଲ୍ ନଥିଲା । ଏଥିସହିତ ଉକ୍ତ ଦୁଇ ଘଣ୍ଟାର ଡିକ୍ଲେୟର୍ ମଧ୍ୟ କରାଯାଇନଥିଲା । ସେ ରବିବାର ଦିନ ସ୍ୱଦେଶ ଫେରିଥିଲେ । ଆଉ ଏୟାରପୋର୍ଟରେ କଷ୍ଟମ୍ ବିଭାଗ ତାଙ୍କୁ ଅଟକାଇଥିଲା ଓ ତାଙ୍କ ଦୁଇଟି ଦାମୀ ଘଣ୍ଟାକୁ ଜବତ କରିନେଇଥିଲା ।

Get real time updates directly on you device, subscribe now.