fbpx

ଏ ବର୍ଷ କ୍ରିକେଟ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା! ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍ ପଡ଼ିବେ ଷ୍ଟାର ଅଲରାଉଣ୍ଡର…

ନୂଆଦିଲ୍ଲୀ: ବିଶ୍ୱକପ ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା । ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ସିରିଜ ଖେଳିବ ଟିମ ଇଣ୍ଡିଆ । ଟି-୨୦ ଦଳର ଅଧିନାୟକ ହାର୍ଦ୍ଦିକଙ୍କ ବିନା ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିବ ମେନ୍ ଇନ୍ ବ୍ଲୁ । ଆହତ ସମସ୍ୟା ଯୋଗୁଁ ବର୍ତ୍ତମାନ କ୍ରିକେଟରୁ ହାର୍ଦ୍ଦିକ କିଛି ଦିନ ଦୂରେଇ ରହିବେ ବୋଲି ଜାଣିବାକୁ ମିଳିଛି । ଅଷ୍ଟ୍ରେଲିଆ ସେମତ ଦକ୍ଷିଣ ଆଫ୍ରିକା ଗସ୍ତରୁ ମଧ୍ୟ ବାଦ୍ ପଡ଼ିବେ ଷ୍ଟାର ଅଲରାଉଣ୍ଡର ତଥା ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।

ରିପୋର୍ଟ ଅନୁସାରେ, ଟିମ ଇଣ୍ଡିଆର ଉପ-ଅଦିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ୨ଟି ସିରିଜରୁ ବାଦ୍ ପଡ଼ିଛନ୍ତି । ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚରେ ହାର୍ଦ୍ଦିକଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଏହାପରେ ସେ ବିଶ୍ୱକପରୁ ବାଦ୍ ପଡ଼ିଥିଲେ । ତେବେ ଏହି ଆଘାତ ଯୋଗୁଁ ସେ ଆଗାମୀ ୨ ମାସ ପର୍ଯ୍ୟନ୍ତ ଚିକିତ୍ସାଧୀନ ରହିବେ ବୋଲି ଜାଣିବାକୁ ମିଳିଛି । ତେବେ ଏଥିପାଇଁ ହାର୍ଦ୍ଦିକଙ୍କୁ ସର୍ଜରୀ ମଧ୍ୟ କରିବାକୁ ପଡ଼ିପାରେ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ସେ କମବ୍ୟାକ କରିବା ନେଇ ଫ୍ୟାନ୍ସ ଆଶା ରଖିଥିବା ବେଳେ ଏହି ଆଶା ମଧ୍ୟ ମଉଳି ଯାଇଛି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜରୁ ମଧ୍ୟ ବାଦ୍ ପଡ଼ିପାରନ୍ତି ହାର୍ଦ୍ଦିକ । ଅର୍ଥାତ୍ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ଚଳିତବର୍ଷ ମଇଦାନରୁ ବାହାରେ ରହିପାରନ୍ତି । ତେବେ ଖୁଶୀଘ୍ର ହାର୍ଦ୍ଦିକ ସୁସ୍ଥ ହୋଇ ପଡ଼ିଆକୁ ଫେରିବା ନେଇ ଚାହିଁ ବସିଛନ୍ତି କ୍ରିକେଟପ୍ରେମୀ ।

World Cup: Hardik Pandya scare for India | Cricket News - Times of India

ତେବେ ଏକ ରିପୋର୍ଟ ଅନୁସାରେ, ଟି-୨୦ରେ ହାର୍ଦ୍ଦିକଙ୍କୁ ନେତୃତ୍ୱ ମିଳିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଦଳର ଉପ-ଅଧିନାୟକ ପଦରେ ସ୍ଥାନ ପାଇଥିଲେ । ତେଣୁ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଦଳର ଅଦିନାୟକ ପଦ ପାଇପାରନ୍ତି । ଏହାବ୍ୟତୀତ ଚେନ୍ନାଇ ସୁପର କିଙ୍ଗସର ଷ୍ୟାର ଓପନର ଋତୁରାଜ ଗାଏକ୍ୱାଡ ମଧ୍ୟ ଅଧିନାୟକ ଦୌଡ଼ରେ ସାମିଲ ରହିଛନ୍ତି । ଏସିଆନ୍ ଗେମ୍ସରେ ଦଳର ନେତୃତ୍ୱ ନେଇ ସେ ଚମ୍ପିଆନ୍ କରାଇଛନ୍ତି ଋତୁରାଜ । ତେବେ କେ.ଏଲ ରାହୁଲ ଦଳକୁ ଫେରିଥିବା ବେଳେ ବିସିସିଆଇ କାହାକୁ ଅଧିନାୟକ ପଦ ଦେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Get real time updates directly on you device, subscribe now.