ଆଜି ଶପଥ ନେବେ ନୂଆ ରାଜ୍ୟପାଳ, ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି

ରାଜଭବନ ଅଭିଷେକ ହଲରେ ଆଜି ଶପଥ ନେବେ ନୂଆ ରାଜ୍ୟପାଳ । ରଘୁବର ଦାସଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଚୟନ କରିଥିଲେ ରାଜ୍ୟପାଳ ।

ଭୁବନେଶ୍ବର: ଆଜି ଶପଥ ନେବେ ନୂଆ ରାଜ୍ୟପାଳ । ଡ. ହରିବାବୁ କମ୍ଭମପତି ଆଜି ରାଜ୍ୟପାଳ ଭାବେ ଶପଥ ନେବେ । ଏଥିପାଇଁ ଗତକାଲି ଅର୍ଥାତ ଗୁରୁବାର ଦିନ ସେ ସପରିବାର ସହିତ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ। ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବିମାନ ବନ୍ଦରକୁ ଯାଇ ତାଙ୍କୁ ସ୍ବାଗତ କରିଥିଲେ । ଏହାପରେ ପୋଲିସ ପକ୍ଷରୁ ମଧ୍ୟ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ସ୍ବାଗତ କରାଯାଇଥିଲା ।

ତେବେ ହରିବାବୁ କାଲି ସିଧାସଳଖ ବିମାନବନ୍ଦରରୁ ପୁରୀ ଅଭିମୁଖେ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ବଡଦାଣ୍ଡରେ ଚାଲିଚାଲି ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ରାଜଭବନ ଅଭିଷେକ ହଲରେ ଆଜି ଶପଥ ନେବେ ନୂଆ ରାଜ୍ୟପାଳ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ସକାଳ 10ଟା 15 ମିନିଟ ସମୟରେ ସେ ଶପଥ ନେବେ । ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ତାଙ୍କୁ ଶପଥ ପାଠ କରାଇବେ ।

କହିରଖୁଛୁ କି, ଓଡିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେଇଥିଲେ । ଏହାପରେ କେନ୍ଦ୍ର ସରକାର ଡ. ହରିବାବୁ କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ଚୟନ କରିଛନ୍ତି । 71 ବର୍ଷୀୟ  ହରିବାରୁ ପୂର୍ବରୁ ମିଜୋରାମର ରାଜ୍ୟପାଳ ରହିିଥିଲେ।