ନୂଆଦିଲ୍ଲୀ: ଲିଫ୍ଟ ଦେଉଥିଲେ ସାବଧାନ । ହୋଇପାରନ୍ତି ହତ୍ୟାର ଶିକାର । ଏକଥା ଆମେ କହୁନାହୁଁ ଏଭଳି ଏକ ଘଟଣାର ଖୁଲାସା କରିଛି ପୋଲିସ । ପଞ୍ଜାବରୁ ସାମ୍ନାକୁ ଆସିଛି ଏହି ଲୋମହର୍ଣକାରୀ ଘଟଣା । ୮ ମାସ ମଧ୍ୟରେ ୧୧ ଜଣ ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ନାଁରେ ହତ୍ୟା କରିଥିବା ଜଣେ ସିରିଏଲ କିଲର ଏବେ ପୋଲିସ ହାତରେ ଧରାପଡିଛି ।
ସୂଚନା ଅନୁସାରେ, କିଲର ଜଣକ ଲୋକଙ୍କୁ ଲିଫ୍ଟ ମାଗୁଥିଲା । ଏହାପରେ ସେମାନଙ୍କ ଠାରୁ ଲୁଟ କରୁଥିଲା । ଲିଫ୍ଚଧାରୀ ମିଳିଲେ କେତେକଙ୍କର ସହିତ ଦୁଷ୍କର୍ମ କରିବା ପରେ ତଣ୍ଟିଚିପି ହତ୍ୟା କରୁଥିଲା । ହୋଶିଆରପୁରର ଚୌରା ଗାଁରେ ରହୁଥିବା ୩୩ ବର୍ଷୀୟ ରାମ ସ୍ୱରୂପକୁ ଗିରଫ କଲା ପୋଲିସ । ସବୁଠାରୁ ବିଶେଷ କଥା ହେଉଛି ହତ୍ୟା କରିଥିବା ସମସ୍ତେ ପୁରୁଷ ଅଟନ୍ତି । କିଛି ଲୋକଙ୍କୁ ସେ କପଡ଼ା ଦ୍ୱାରା ତଣ୍ଟି ଚିପି ହତ୍ୟା କରିଥିବା ବେଳେ ଆଉ କିଛି ଜଣଙ୍କ ମୁଣ୍ଡକୁ ଆଘାତ ଦେଇ ମାରିଥିଲା। ତେବେ କିଏ ସେହି ସାଇଲେଣ୍ଟ କିଲର ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତାଙ୍କୁ ନେଇ ସନ୍ଦେହ ବୃଦ୍ଧି ପାଇବାରେ ଲାଗିଛି ।
ଗତ କିଛିଦିନ ତଳେ ସେ ଜଣ ବ୍ୟକ୍ତିଙ୍କୁ ହତ୍ୟା କରି ଧୋକେବାଜ ବୋଲି ଲେଖିଥିଲେ । ତେବେ କାହିଁକି ଏଭଳି ଲେଖିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ ରହିଥିଲେ । ତେବେ ସମସ୍ତ ଦିଗକପ ତଦାରଖ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।