fbpx

ଡାଇବେଟିସ୍ ରୋଗୀଙ୍କ ଲାଗି ଆସିଲା ଖୁସି ଖବର, ଏବେ ସହଜରେ ଘା’ ଶୁଖାଇବ ଏହି ବ୍ୟାଣ୍ଡେଜ୍‌

ନୂଆଦିଲ୍ଲୀ: ଡାଇବେଟିସ୍ ରୋଗୀଙ୍କ ଶରୀରରେ କୌଣସି କ୍ଷତ ବା ଘା’ ସୃଷ୍ଟି ହେଲେ ତାହା ଶୁଖିବାକୁ ବହୁତ ସମୟ ଲାଗିଥାଏ । କିନ୍ତୁ ଆଗକୁ ଏପରି ଆଉ ହେବ ନାହିଁ । କାନପୁରର ଗଣେଶ ଶଙ୍କର ବିଦ୍ୟାର୍ଥୀ ମେଡିକାଲ କଲେଜ୍‌ରେ ଡାଇବେଟିସ୍ ରୋଗୀଙ୍କ ଉପରେ ଏକ ବିଶେଷ ଗବେଷଣା କରାଯାଇଥିଲା । ଏହି ଗବେଷଣାର ନିଷ୍କର୍ସ ସ୍ୱରୂପ ଏକ ଖାସ୍ ବ୍ୟାଣ୍ଡେଜକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇଛି । ଏହି ବ୍ୟାଣ୍ଡେଜ୍ ଲଗାଇବା ଦ୍ୱାରା ରୋଗୀର କ୍ଷତ ଖୁବ୍ କମ୍ ସମୟ ମଧ୍ୟରେ ଭରିଯାଏ ।

କାନପୁରର ଗଣେଶ ଶଙ୍କର ବିଦ୍ୟାର୍ଥୀ ମେଡିକାଲ କଲେଜ୍‌ରେ ଗତ ୧୦ ମାସ ହେବ ଫୁଟ୍ କେୟାର କ୍ଲିନିକ୍‌ର ଆରମ୍ଭ ହୋଇଛି । ଏଠାରେ ଅନ୍ୟାନ୍ୟ କ୍ଷେତ୍ରରେ ଗବେଷଣା ମଧ୍ୟ ହେଉଛି । ଏହି କ୍ରମରେ ଏଠାକୁ ଏପରି କିଛି ଡାଇବେଟିସ୍ ରୋଗୀ ଆସୁଥିଲେ ଯେଉଁମାନଙ୍କର କୌଣସି ଆଘାତ କାରଣରୁ କ୍ଷତ ହୋଇଥିଲା କିନ୍ତୁ ବହୁଦିନ ଗଲାପରେ ମଧ୍ୟ ତାହା ଶୁଖିବାର ନାଁ ଧରୁନାହିଁ । ଏହି ରୋଗୀଙ୍କ କ୍ଷତ ସ୍ଥାନରେ ଏକ ବିଶେଷ ବ୍ୟାଣ୍ଡେଜ୍ ଲଗାଇ ଦିଆଯାଉଛି । ଏହାର ରେଜଲ୍ଟ ବେଶ୍ ପଜିଟିଭି ଆସିଛି । ଏହି ବ୍ୟାଣ୍ଡେଜ୍‌ରେ କୋଲେଜନ୍ ପ୍ରୋଟିନ୍ ଓ ନାଇଟ୍ରେଟ୍ ଅକ୍ସାଇଡ୍‌ର ବ୍ୟବହାର କରାଯାଇଛି । ଏହି ବ୍ୟାଣ୍ଡେଜ୍‌କୁ ଲଗାଇବା ପରେ ଡାଇବେଟିସ୍ ରୋଗୀଙ୍କ ଘା’ ଶୀଘ୍ର ଶୁଖିଯାଇଥିଲା । ଏହି ବ୍ୟାଣ୍ଡେଜ୍ ଲଗାଇବା ପରେ ଘା’ରେ ଥିବା ବ୍ୟାକ୍ଟେରିଆ ବହୁତ ଶୀଘ୍ର ମରିଯାଇଥିଲେ ଓ କ୍ଷତ ଯାଗାରେ ଶୀଘ୍ର ଟିସୁ ସୃଷ୍ଟି ହେବାରେ ଲାଗିଥିଲା ଓ ସେହି ସ୍ଥାନରେ ରକ୍ତ ପ୍ରବାହ ବି ସ୍ୱଭାବିକ ହୋଇଥିଲା ।

ଡାକ୍ତର ଶିବେନ୍ଦ୍ର ବର୍ମା କହିଛନ୍ତି ଏହି ବ୍ୟାଣ୍ଡେଜ୍ ବହୁତ ମହଙ୍ଗା । ଏହାର ମୂଲ୍ୟ ୫୦୦ରୁ ୧୦୦୦ ଟଙ୍କା ମଧ୍ୟରେ ରହିଛି । ଆଗକୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଜରିଆରେ ଏହାକୁ ରୋଗୀଙ୍କୁ ଉପଲବ୍ଧ କରାଇବାର ଯୋଜନା ରହିଛି ।

Get real time updates directly on you device, subscribe now.