fbpx
BJD SKY
BJD SKY

ଅଚାନକ ବଢ଼ିଯାଉଛି କି ହୃଦସ୍ପନ୍ଦନ? ଏଗୁଡିକ ହୋଇପାରେ ବଡ କାରଣ

BJD

ବର୍ତ୍ତମାନ ସାରା ବିଶ୍ୱରେ ହୃଦରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସେମାନଙ୍କ ମଧ୍ୟରୁ ଅନେକ ଆରିଥମିଆର ଶିକାର ହେଉଛନ୍ତି। ଏଥିରେ ହଠାତ୍ ଆପଣଙ୍କର ହୃଦସ୍ପନ୍ଦନ ବଢ଼ିଯାଏ ଏବଂ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେବେ ଏହାକୁ କିଛି ଲୋକ ଅଣଦେଖା କରିଥାନ୍ତି । କିନ୍ତୁ ଏପରି କରିବା ଦ୍ୱାରା ଆପଣ ପରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେବେ ହୃଦସ୍ପନ୍ଦନ ବୃଦ୍ଧି ହେବାର ଅନେକ କାରଣ ଥାଇପାରେ ଯାହା ଭବିଷ୍ୟତରେ ବିଭିନ୍ନ ଶାରିରୀକ ସମସ୍ୟାର କାରଣ ହୋଇପାରେ ।

ଉଚ୍ଚ ରକ୍ତଚାପ- ଉଚ୍ଚ ରକ୍ତଚାପ କାରଣରୁ ମଧ୍ୟ ହାର୍ଟ ବିଟ୍ ଅସ୍ୱାଭାବିକ ଭାବେ ବଢ଼ିଥାଏ । ତେଣୁ, ଏହାକୁ ଅଣଦେଖା ନକରି ବରଂ ଆପଣଙ୍କର ରକ୍ତଚାପ ଯାଞ୍ଚ କରିନିଅନ୍ତୁ ।

ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ- ରକ୍ତରେ ଇଲେକ୍ଟ୍ରୋଲାଇଟ୍ ନାମକ ପଦାର୍ଥ ହୃଦସ୍ପନ୍ଦନକୁ ପ୍ରଭାବିତ କରିଥାଏ । ଯଦି ଆପଣଙ୍କ ଶରୀରରେ ପୋଟାସିୟମ୍, ସୋଡିୟମ୍ ଏବଂ କ୍ୟାଲସିୟମ୍ ବୃଦ୍ଧି ହୁଏ, ତେବେ ତାହା ଆପଣଙ୍କର ହୃଦସ୍ପନ୍ଦନକୁ ଅସ୍ୱାଭାବିକ ଭାବେ ବଢ଼ାଇଥାଏ।

ମଧୁମେହ- ମଧୁମେହ ଏକ ରୋଗ ଯାହାର କୌଣସି ଉପଶମ ନାହିଁ । ତେବେ ମଧୁମେହ ରୋଗୀମାନଙ୍କ ରକ୍ତ ଶର୍କରା ବଢ଼ିଲେ ଏହା ହୃଦସ୍ପନ୍ଦନକୁ ମଧ୍ୟ ବଢ଼ାଇଥାଏ । ତେଣୁ ଏହି କ୍ଷେତ୍ରରେ ଆପଣଙ୍କୁ ନିଜର ବିଶେଷ ଯତ୍ନ ନେବା ଉଚିତ୍ । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ହୃଦସ୍ପନ୍ଦନ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ।

ଔଷଧ- ବେଳେ ବେଳେ କୌଣସି ସାଧାରଣ ଅସୁସ୍ଥତା ପାଇଁ ଔଷଧ ଖାଇବା ଦ୍ୱାରା ମଧ୍ୟ ହୃଦସ୍ପନ୍ଦନ ବଢ଼ିଥାଏ । ଯଦି ଆପଣ କୌଣସି ଔଷଧ ଖାଇବା ଦ୍ୱାରା ହଠାତ୍ ଆପଣଙ୍କର ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି, ତେବେ ଆପଣ ସତର୍କ ହେବା ଉଚିତ୍ । ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଗ୍ରହଣ କରନ୍ତୁ ନାହିଁ।

Get real time updates directly on you device, subscribe now.