fbpx

ଆକାଶରୁ ଅଗ୍ନି ବର୍ଷା, ଏହି ରାଜ୍ୟରେ ଗତ ୩ ଦିନରେ ଅଂଶୁଘାତରେ ୭୪ ଜଣଙ୍କ ମୃତ୍ୟୁ

Advertisement

ନୂଆଦିଲ୍ଲୀ:ଏବେ ଦେଶର ବିଭିନ୍ନ ରାଜ୍ୟରେ ତାପମାତ୍ରା ଅସମ୍ଭବ ଭାବରେ ବୃଦ୍ଧି ପାଇଛି । ମନେ ହେଉଛି ଆକାଶରୁ ଯେପରି ନିଆଁ ଖସୁଛି । ଏପରି ପରିସ୍ଥିତିରେ ଜନଜୀବନ ଦୂର୍ବିସହ ହୋଇପଡିଥିବା ବେଳେ କିଛି ରାଜ୍ୟରେ ଅଂଶୁଘାତରେ ବହୁ ଲୋକ ମୃତ୍ୟୁବରଣ କଲେଣି । ତେବେ ଅଂଶୁଘାତର ସବୁଠାରୁ ଭୟାନକ ଖବର ଆସିଛି ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାରୁ । ଏହି ଜିଲ୍ଲାରେ ଗତ ୩ ଦିନରେ ଅଂଶୁଘାତରେ ୭୪ ଜଣଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ସୂତ୍ରରୁ ପ୍ରକାଶ ।

ଏହି ଜିଲ୍ଲାରେ ଗତ ୨/୩ ଦିନ ଧରି ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଉପରେ ରହୁଛି । ଜିଲ୍ଲାରେ ଏବେ ଡାଇରିଆ ଓ ଲୁ ପ୍ରଭାବିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲା ହସ୍ପିଟାଲକୁ ଇର୍ମଜେନ୍ସିରେ ଆସୁଥିବା ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଯାଉଛି । ଗତ ଶୁକ୍ରବାର ସକାଳୁ ଓ ସନ୍ଧ୍ୟା ମଧ୍ୟରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ । ତେବେ ଗତ ଗୁରୁବାର ସର୍ବାଧିକ ୩୧ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ଥିତି ଏପରି ହୋଇଛି ଯେ, ଜିଲ୍ଲା ହସ୍ପିଟାଲ୍ର ଇମର୍ଜେନ୍ସି ଓ ୱାର୍ଡରେ ଭର୍ତ୍ତି ରୋଗୀଙ୍କ ଅଚାନକ ମୃତ୍ୟୁ ହେଉଥିବା କାରଣରୁ ଲୋକଙ୍କୁ ଶବବାହକ ଗାଡି ବି ମିଳୁ ନାହିଁ । ସରକାରୀ ଆକଳନ ଅନୁଯାୟୀ ଗୋଟିଏ ସପ୍ତାହରେ ୧୦୧ଜଣଙ୍କ ମୃତ୍ୟୁ ହୋଇଛି । କର୍ମଚାରୀଙ୍କ କହିବା ଅନୁଯାୟୀ କରୋନା ସମୟରେ ବି ଗୋଟିଏ ଦିନରେ ଏତେ ସଂଖ୍ୟାରେ ମୃତ୍ୟୁ ହୋଇ ନ ଥିଲା । ୫୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ସର୍ବାଧିକ ମୃତ୍ୟୁମୁଖରେ ପଡୁଛନ୍ତି । ଜିଲ୍ଲା ହସ୍ପିଟାଲର ମୁଖ୍ୟ ଚିକିତ୍ସକ ଡା. ଦିବାକର ସିଂହ କହିଛନ୍ତି ଭୀଷଣ ଗରମରୁ ଲୋକମାନେ ଅଚାନକ ଡାଇରିଆ, ଅଂଶୁଘାତ, ଜ୍ୱର, ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଆଦି ସାମ୍ନା କରୁଛନ୍ତି ।

 

Get real time updates directly on you device, subscribe now.