fbpx

ପ୍ରବଳ ଥଣ୍ଡା ସାଜୁଛି ବିପଦ: ହାର୍ଟ ଆଟାକରେ ଚାଲିଗଲା ୯୮ଟି ଜୀବନ, କେମିତି ରହିବେ ସୁରକ୍ଷିତ

AAKASH

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର ଉତ୍ତର ଭାରତ ଅର୍ଥାତ ଅଧା ଦେଶବାସୀ ଥଣ୍ଡାରେ କଲବଲ ହେଉଛି । ପ୍ରବଳ ଥଣ୍ଡା କାରଣରୁ ଲୋକଙ୍କଠାରେ ହାର୍ଟ ସମସ୍ୟା ବଢ଼ୁଛି । ପରିସ୍ଥିତି ଏପରି ଯେ ମାତ୍ର ସପ୍ତାହକ ମଧ୍ୟରେ ୯୮ ଜଣଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶର କାନପୁରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଏଥିସହିତ ୭୨୩ ଜଣ ରୋଗୀ ଜରୁରୀକାଳୀନ ସ୍ଥିତିରେ ରହିଛନ୍ତି ।

ତେବେ ୯୮ ଜଣ ମୃତକଙ୍କ ମଧ୍ୟରୁ ୪୪ ଜଣ ହସ୍ପିଟାଲରେ ପ୍ରାଣ ହରାଇଥିବା ବେେଳେ ୫୪ ଜଣ ରୋଗୀ ଚିକିତ୍ସା ପୂର୍ବରୁ ପ୍ରାଣ ହରାଇଥିଲେ । ଏହି ପରିସ୍ଥିତିକୁ ଦେଖି ଲୋକଙ୍କ ମଧ୍ୟରେ ଥଣ୍ଡାକୁ ନେଇ ଏକପ୍ରକାରର ଭୟ ଜାଗ୍ରତ ହୋଇଛି । ଲୋକଙ୍କ ମଧ୍ୟରେ କାର୍ଡିଆକ ଅବସ୍ଥା ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସାଧାରଣ ଭାବେ ଥଣ୍ଡା ସିଜିନରେ ମଣିଷର ଶରୀର କିଛିଟା ପ୍ରତିକ୍ରିୟା ଦେଇଥାଏ । ମାତ୍ର ଏହା ଅନେକ ଲୋକଙ୍କ କ୍ଷେତ୍ରରେ ସହ୍ୟ କରିବା ସମ୍ଭବପର ହୋଇନଥାଏ ।

ତେବେ ଗତ ୭ ତାରିଖରେ ୧୪ ଜଣ ଲୋକ ହାର୍ଟ ଆଟାକରେ ପ୍ରାଣ ହରାଇଥିଲେ । ସେହିପରି ୬ ଜଣ ଚିକିତ୍ସା ସମୟରେ ଓ ୮ ଜଣ ହସ୍ପିଟାଟାକୁ ଯିବା ବାଟରେ ପ୍ରାଣ ହରାଇଥିଲେ । ତେବେ ଏବେ ବି ୬୦୪ ଜଣ ରୋଗୀ ହାର୍ଟ ଡିଜିଜ୍ ଇନଷ୍ଟିଚ୍ୟୁଟରେ ଚିକିତ୍ସିତ ହେଉଛନ୍ତି । ଶୀତ ସିଜିନରେ ଶରୀରକୁ ଗରମ ରଖିବା ପାଇଁ ହାର୍ଟ ଷ୍ଟ୍ରେନ ଅଧିକ ପରିଶ୍ରମ କରିଥାଏ । ଏହାଦ୍ୱାରା ହାର୍ଟ ରେଟ ଅଧିକ ହେବା ସହିତ ରକ୍ତଚାପ ମଧ୍ୟ ବୃଦ୍ଧି ପାଇଥାଏ । ଫଳରେ ଅଧିକ ଅମ୍ଲଜାନର ଆବଶ୍ୟକତା ପଡ଼ିବା ସହିତ ବ୍ଲଡ କ୍ଲଟିଂ ସହିତ ଅନ୍ୟ ପ୍ରଭାବ ଦେଖାଯାଇଥାଏ । ତେଣୁ ଥଣ୍ଡା ସମୟରେ ହାର୍ଟକୁ ସୁସ୍ଥ ରଖିବା ନିହାତି ଜରୁରୀ । ଏଥିସହିତ ହାର୍ଟର ଲକ୍ଷଣ ଦେଖାଦେଲେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

Get real time updates directly on you device, subscribe now.