fbpx

ବହୁତ କମ୍ ଲୋକ ଜାଣନ୍ତି ମ୍ୟାରେଜ୍ ବ୍ୟୁରୋ ବିଜିନେସ୍ ବିଷୟରେ: ପ୍ରେମୀଯୁଗଳଙ୍କୁ ଏକାଠି କରାନ୍ତୁ, ହୁଅନ୍ତୁ ମାଲାମାଲ୍

ନୂଆଦିଲ୍ଲୀ: ଆଜିକାଲିର ଜମାନାରେ ଟଙ୍କା ରୋଜଗାର କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ରହିଛି । ତେବେ ମ୍ୟାରେଜ୍ ବ୍ୟୁରୋ ବିଜିନେସ୍ ବିଷୟରେ ବହୁତ କମ୍ ଲୋକ ଜାଣିଥାନ୍ତି । ଯଦି ଆପଣଙ୍କ ପାଖରେ ଦୁଇଟି ପରିବାରକୁ, ଦୁଇଟି ମନକୁ ମିଶାଇବାର କ୍ଷମତା ଅଛି, ତେବେ ଆପଣ ବହୁତ ପ୍ରଫିଟ ପାଇପାରିବେ । ଏଥିପାଇଁ ଅଧିକ ଇନଭେଷ୍ଟ କରିବାକୁ ପଡ଼ିବ ନାହିଁ । ଥରେ ବିଜିନେସ୍ ପ୍ରକ୍ରିୟା ଆରମ୍ଭ ହୋଇଯିବା ପରେ ଆପଣ ଏଥିରୁ ଖାଲି ଅର୍ଥ ଛାଣିବେ ।

ଆପଣ ମ୍ୟାରେଜ୍ ବ୍ୟୁରୋ ବିଜିନେସରେ ପୁଅ ଓ ଝିଅ ପକ୍ଷଙ୍କ ସମ୍ବନ୍ଧିତ ସମସ୍ତ ଡାଟା ଉପଲବ୍ଧ କରାଇବେ । ଥରେ ବିବାହ ସ୍ଥିର ହୋଇଗଲେ ପରେ ଦୁଇ ପକ୍ଷରୁ ଆପଣ କମିଶନ ପାଇବେ, ଯାହାକି ଆପଣଙ୍କର ଇନକମର ଏକ ଭଲ ସ୍ରୋତ ପାଲଟିଯିବ । ଏହି ବିଜିନେସ ଆରମ୍ଭ କରିବା ପାଇଁ ଆପଣଙ୍କୁ ଅଧିକ ସ୍ଥାନର ଆବଶ୍ୟକତା ପଡ଼ିବ ନାହିଁ ।

ଏଥିପାଇଁ ଆପଣଙ୍କୁ ଦୁଇ ଜଣ ଲୋକଙ୍କ ଆବଶ୍ୟକତା ପଡ଼ିବ । ଜଣେ ରିସେପ୍ସନ ସମ୍ଭାଳିବ ଓ ଅନ୍ୟ ଜଣେ କ୍ଲାଏଣ୍ଟସଙ୍କୁ ସମ୍ଭାଳିବ । ଆପଣଙ୍କର ଅଫିସ ରୁମରେ ଅତି କମରେ ୪-୬ ଜଣ ବସିବା ଭଳି ସ୍ଥାନ ଥିବା ଦରକାର । ତେବେ ବିଜିନେସ୍ ଧିରେଧିରେ ବଢ଼ିବା ପରେ ଆପଣଙ୍କ କ୍ଲାଏଣ୍ଟସଙ୍କ ସଂଖ୍ୟା ବଢ଼ିବାରେ ଲାଗିବ ।

ଏହି ବିଜିନେସ୍ ଆରମ୍ଭ କରିବା ପାଇଁ ଆପଣଙ୍କୁ ରେଜିଷ୍ଟ୍ରେସନ ପାଇଁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ନିବେଶ କରିବାକୁ ପଡ଼ିବ । ଆପଣଙ୍କ ପାଖରେ କ୍ଲାଏଣ୍ଟସମାନେ ୫୦୦-୨୫୦୦ ଟଙ୍କା ଦେଇ ରେଜିଷ୍ଟ୍ରେସନ କରିବେ । ବିବାହ ସ୍ଥିର ହେବା ପରେ ଆପଣ ୫-୫୦ ହଜାର ପର୍ଯ୍ୟନ୍ତ କମିଶନ ପାଇ ପାରିବେ ।

Get real time updates directly on you device, subscribe now.