24 ଘଣ୍ଟା ଭୀଷଣ ବର୍ଷା, 5 ଯାଏଁ ବେହାଲ ହେବ ରାଜ୍ୟ, ରେଡ୍ ଆଲର୍ଟରେ ଏସବୁ ଜିଲ୍ଲା….
ଲଘୁଚାପ ପ୍ରଭାବରେ ଆସନ୍ତା ୬ ତାରିଖ ଯାଏ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଓଡ଼ିଶା ଭାସ୍କର: ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାର ଅନ୍ୟ ସ୍ଥାନରେ ବି ଅଧିକ ବର୍ଷିବ। କିଛି ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷିପାରେ ବୋଲି ପାଣିପାଗ ବିଭାଗ କହିଛି ।
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉପକୂଳ ଓଡ଼ିଶା ଅତିକ୍ରମ କରିବ। ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଲଘୁଚାପ ପ୍ରଭାବରେ ଆସନ୍ତା ୬ ତାରିଖ ଯାଏ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ପଢ଼ନ୍ତୁ ଅଧିକ ଖବର…‘ହାଟ୍’ ଜିତାଇବେ ଏସିଆ କପ, ଟିମ୍ ଇଣ୍ଡିଆ ପାଇଁ ଏମିତି ସାଜିବେ 3 ବ୍ରହ୍ମାସ୍ତ୍ର, ଏବେଠୁ କୋକୁଆ ଭୟରେ ଅନ୍ୟ ଟିମ୍, କାରଣ…
ବର୍ତ୍ତମାନ ସବୁ ଜିଲ୍ଲାରେ ଅଳ୍ପ ବହୁତ ବର୍ଷା ହେଉଛି। ପବନ ବହୁଛି ଏବଂ ଘଡ଼ଘଡ଼ି ମଧ୍ୟ ହେଉଛି। ଗତ 24 ଘଣ୍ଟା ମଧ୍ୟରେ ହାରାହାରି 15 ମିଲିମିଟର ବର୍ଷା ହୋଇଛି। କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଲକରେ ସର୍ବାଧିକ 225 ମିଲିମିଟର ବର୍ଷା ହୋଇଛି। ବିଭିନ୍ନ ନଦୀର ଜଳ ପତ୍ତନ ବଢ଼ିବାରେ ଲାଗିଛି। କିନ୍ତୁ ବିପଦ ସଂକେତ ଟପିନାହିଁ। ହୀରାକୁଦ ଜଳ ଭଣ୍ଡାରକୁ ପ୍ରାୟ 1 ଲକ୍ଷ 20 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ନିଷ୍କାସନ ହେଉଛି ପ୍ରାୟ 36 ହଜାର 500 କ୍ୟୁସେକ୍ ଜଳ। ଆଗାମୀ ପରିସ୍ଥିତିର ମୁକାବିଲା ଲାଗି ହୀରାକୁଦରେ ଜଳ ସଂରକ୍ଷଣ କରି ରଖା ଯାଉଛି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ବିପଦ ସୃଷ୍ଟି କରିନାହିଁ।
ବର୍ଷା ଯୋଗୁଁ ମାଲକାନଗିରି ପ୍ରଭାବିତ ହୋଇଛି। ଅଧିକ ବର୍ଷା ଯୋଗୁଁ ଜିଲ୍ଲାରେ ଦୁଇଟି ବ୍ରିଜ ଉପରେ ପାଣି ପ୍ରବାହିତ ହେଉଛି। ଯାହା ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ମୃତାହତ ହୋଇନାହିଁ। ପୋଲିସ ନିୟୋଜିତ ହୋଇ ଏହା ଉପରେ ନଜର ରଖିଛନ୍ତି। ଅଟକ ଯାତ୍ରୀଙ୍କୁ ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ ପ୍ରଦାନ କରାଯାଉଛି। ବାଲେଶ୍ଵରରେ ମଧ୍ୟ ଅଧିକ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ଜଳ ପ୍ରବେଶ କରିଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ହେଉଛି। ଅଗ୍ନିଶମ, ଏନଡିଆରଏଫ, ଓଡ୍ରାଫ ଟିମ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହୋଇଛନ୍ତି।
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,”ଲଘୁଚାପ ପଶ୍ଚିମ- ଉତ୍ତର ଦିଗରେ ଗତି କରୁଛି। ଫଳରେ ରାଜ୍ୟର ସମସ୍ତ ଜିଲ୍ଲାରେ 40ରୁ 50 କିଲୋମିଟର ବେଗରେ ପବନ ବହିବ। ଘଡ଼ଘଡ଼ି ଓ ବଜ୍ରପାତ ସହ ବୃଷ୍ଟିପାତ ହେବ। ପୂର୍ବାନୁମାନ ଅନୁସାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେଓଗଡ଼ ଜିଲ୍ଲାରେ ବିଜୁଳି ସହ ବର୍ଷା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ବର୍ଷା ମଧ୍ୟ ହେବ। ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିରରେ ପ୍ରବଳ ବର୍ଷା ହେବ ବୋଲି ଆକଳନ ହୋଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ାରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ହେବ।
ସୋମବାର ସକାଳ ସାଢ଼େ 5ରେ ବଙ୍ଗୋପସାଗରର ଉତ୍ତର- ପଶ୍ଚିମ ଦିଗରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା, ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏ ବାବଦରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।