fbpx

ଆଗାମୀ ୩ ଦିନ ଯାଏଁ ପ୍ରବଳ ବର୍ଷିବ! ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ୱାର୍ଣ୍ଣିଂ?

ଭୁବନେଶ୍ୱର,୧୪ ।୮(ଓଡିଶା ଭାସ୍କର): ଉତ୍ତର ଉପକୂଳ ଓଡିଶାରେ ସକ୍ରି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୫, ୧୬ ଏବଂ ୧୭ ତାରିଖରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ଅଗଷ୍ଟ ୧୫ ଅର୍ଥାତ୍ ଆସନ୍ତାକାଲି ପାଇଁ ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ପୁରୀ, ଜଗତସିଂହପୁର, ସମ୍ବଲପୁର, ଅନୁଗୁଳ ଏବଂ ଦେବଗଡ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । ତଳିଆ ଅଞ୍ଚଳରେ ପାଣି ଜମିବା ନେଇ ପୂର୍ବନୁମାନ କରାଯାଉଛି ।

ଏହା ସହିତ ୧୬ଟି ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଥିରେ ସାମିଲ ରହିଛି- କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ବରଗଡ, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ଗଂଜାମ, ଖୋର୍ଦ୍ଧା, ନୟାଗଡ, ମାଲକାନଗିରି ଏବଂ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ସେହିଭଳି ୧୬ ତାରିଖରେ ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ୱାର୍ଣ୍ଣିଂ ହୋଇଥିବା ଜିଲ୍ଲା ହେଉଛି- ବରଗଡ, ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ଦେଓଗଡ, ଅନୁଗୁଳ, ବୌଦ୍ଧ, ନୂଆପଡା ଓ ସୋନପୁର । ସେହିପରି ୟେଲୋ ୱାର୍ଣ୍ଣିଂ ହୋଇଥିବା ଜିଲ୍ଲା ହେଉଛି- ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି ଓ ଢେଙ୍କାନାଳ । ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ଅଗଷ୍ଟ ୧୭ ତାରିଖରେ ରାଜ୍ୟର ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେଥିରେ ରହିଛି, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ବରଗଡ, ନୂଆପଡା, ନବରଙ୍ଗପୁର, ବୌଦ୍ଧ, ବଲାଙ୍ଗୀର । ୧୬ ଅଗଷ୍ଟ ଯାଏଁ ସମୁଦ୍ରକୁ ମତ୍ସଜୀବୀମାନେ ନଯିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.