fbpx

ବର୍ଷାରେ ବେହାଲ ମାଲକାନଗିରି, ଯୋଗାଯୋଗ ବିଛିନ୍ନ

ମାଲକାନଗିରି, ୧୬ା୮(ଓଡ଼ିଶା ଭାସ୍କର):ମାଲକାନଗିରିରେ ଲଗାଣ ବର୍ଷା ଜାରି ରହିଛି । ବ୍ରିଜ ଭାସି ଯିବାରୁ ଯୋଗାଯୋଗରୁ ବିଛିନ୍ନ ହୋଇଯାଇଛି ଚାରୋଟି ଗାଁ ।ମାଲକାନଗିରି ଜିଲ୍ଲା ଖଇରପୁଟବ୍ଲକ ବଡଡୁରାଲ ପଂଚାୟତର ପୂଜାରୀ ଗୁଡା ବ୍ରିଜ ଭାସି ଯିବାରୁ ପୂଜାରୀଗୁଡା,କତରାଗୁଡା,ବାଲିକୁଣ୍ଡ ଓ କିରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗତ ୪ ଦିନ ଧରି ଲଗାଣ ବର୍ଷା ହେଉଥିବାରୁ ଏବେ ମାଲକାନଗିରି ସ୍ଥିତି ଗମ୍ଭୀର ହୋଇପଡିଛି।ଏପଟେ ୪ ଟି ଗାଁକୁ ଏବେ ସମ୍ପୂର୍ଣ୍ଣ ରୂପେ ଯୋଗାଯୋଗ ବିଛିନ୍ନ ହୋଇଛି ।କାରଣ ଏମାନଙ୍କୁ ଏହି ପୂଜାରୀ ଗୁଡା କଲଭଟ ଦେଇ ହିଁ ଖଇରପୁଟକୁ ଆସିବାକୁ ପଡେ । ତେବେ ବ୍ରିଜ ଭାଙ୍ଗିଯିବାରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ଏହି ୪ଟି ଗାଁ।

Get real time updates directly on you device, subscribe now.