fbpx

୧୦ ଜିଲ୍ଲା ସାବଧାନ୍! ପ୍ରବଳ ବର୍ଷିବ

ଭୁବନେଶ୍ୱର,୮ ।୮(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । କାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ମଧ୍ୟ ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୧୦ଟି ଜିଲ୍ଲା ହେଉଛି- ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ବରଗଡ, ବୌଦ୍ଧ, କନ୍ଧମାଳ ଓ କୋରାପୁଟ । ସମୁଦ୍ରକୁ ନଯିବାକୁ ମତ୍ସଜୀବୀଙ୍କୁ ସତର୍କ କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ତାଜା ଅପଡେଟ ଦିଆଯାଇଛି ।

Get real time updates directly on you device, subscribe now.