fbpx

ସାବଧାନ୍! ୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୮ ।୯(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ପ୍ରବଳୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୪ଟି ଜିଲ୍ଲା ହେଉଛି- ମାଲକାନଗିରି, କୋରାପୁଟ, ସୁନ୍ଦରଗଡ ଓ କେନ୍ଦୁଝର । ସେହିପରି ଆଉ ୧୧ଟି ଜିଲ୍ଲାରେ ମଧ୍ୟ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହି ୧୧ଟି ଜିଲ୍ଲା ହେଉଛି- ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ନୂଆପଡା, ସମ୍ବଲପୁର, ଦେବଗଡ, ଝାରସୁଗୁଡା, ମୟୂରଭଞ୍ଜ ଓ ଅନୁଗୁଳ । ଏହି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ତାଜା ଅପଡେଟ ଦିଆଯାଇଛି ।

Get real time updates directly on you device, subscribe now.