fbpx

୪ ତାରିଖରୁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଘୂର୍ଣ୍ଣିବଳୟ ଯୋଗୁଁ ବଢିବ ବର୍ଷା ବିସ୍ତୃତି

ଭୁବନେଶ୍ୱର: ବର୍ତ୍ତମାନ ସାରା ଦେଶରେ ମୌସୂମୀ ପହଞ୍ଚି ସାରିଛି । ତେବେ ଓଡିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୌସୂମୀ ବର୍ଷାର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ । କିନ୍ତୁ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଖୁବଶୀଘ୍ର ମୌସୂମୀର ବର୍ଷା ଓଡିଶାକୁ ଓଦା କରିବାକୁ ଯାଉଛି । ଆସନ୍ତା ୪ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ଓଡିଶାର ଜଳବାୟୁକୁ ନେଇ ସେ କହିଛନ୍ତି ଯେ, ଆସନ୍ତା ୪ ତାରିଖରୁ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହିତ ଆଜି ଉତ୍ତର ଏବଂ ଉପକୂଳରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ସେ ପୂର୍ବାନୁମାନ କରିଛନ୍ତି । ସେହିପରି ଆସନ୍ତାକାଲି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏହାକୁ ନେଇ ସେ ୱାର୍ଣ୍ଣିଂ ଜାରି କରିଛନ୍ତି । ଓଡିଶାରେ ବର୍ତ୍ତମାନ ମୌସୂମୀ ବାୟୁ ଦୁର୍ବଳ ରହିଥିବାରୁ ବର୍ଷା କମ୍ ହେଉଛି । କିନ୍ତୁ ବର୍ତ୍ତମାନ ଏହାର ସ୍ଥିତି ବଦଳୁଛି ଏବଂ ଖୁବଶୀଘ୍ର ଏହା ନିଜ ରୂପ ଦେଖାଇବ ବୋଲି ସେ ଅନୁମାନ କରିଛନ୍ତି ।

ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଅପେକ୍ଷା ୮୭% କମ୍ ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତ ମାସ(ଜୁନ୍) ଆରମ୍ଭରୁ ଏପର୍ଯ୍ୟନ୍ତ ବର୍ଷାର ପରିମାଣ ମଧ୍ୟ ପ୍ରାୟ ୨୬ ପ୍ରତିଶତ କମ୍ ହୋଇଛି । ତେବେ ରାଜ୍ୟରେ ଦୁର୍ବଳ ମୌସୂମୀ ଯୋଗୁଁ ଏପରି ହୋଇଥିବା ବେଳେ ଏହା ବର୍ତ୍ତମାନ ପରିବର୍ତ୍ତନ ହେଉଛି । ଆସନ୍ତା ୪ ତାରିଖ ପରଠାରୁ ଏହା ସ୍ୱାଭାବିକ ସ୍ଥିତିକୁ ଆସିବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ।

Get real time updates directly on you device, subscribe now.