fbpx

କୋଭିଡ୍‌ ହସ୍ପିଟାଲ ପାଇଁ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ, ହେଲେ କାହିଁକି ଜାଣନ୍ତୁ

ଭୁବନେଶ୍ୱର, ୨୨/୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ଏଣିକି ସବୁ କୋଭିଡ୍‌ ହସ୍ପିଟାଲ ପାଇଁ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ କରାଯାଇଛି । କୋଭିଡ୍‌ ରୋଗୀଙ୍କ ବିଷୟରେ ପରିବାରକୁ ସୂଚନା ଦେବ ହେଲ୍‌ପ ଡେସ୍କ । ସବୁ ଘରୋଇ ଓ ସରକାରୀ କୋଭିଡ ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି  ନିର୍ଦେଶ ଦିଆଯାଇଛି । ସପ୍ତାହକ ଭିତରେ ହେଲ୍‌ପ ଡେସ୍କ ସ୍ଥାପନ କରି ଜଣାଇବାକୁ ନିର୍ଦେଶ ଦିଆଯାଇଛି।

ସବୁଦିନ ସବୁ ସମୟରେ ଖୋଲା ରହିବ କୋଭିଡ୍‌ ହେଲ୍‌ପ ଡେସ୍କ । ଅତିରିକ୍ତ DMETଙ୍କୁ ନିଜର ନିଃଶୁଳ୍କ ହେଲ୍‌ପଲାଇନ୍‌ ନମ୍ବର ଜଣାଇବ ହସ୍ପିଟାଲ । ହ୍ବାଟ୍ସ ଆପ୍‌ରେ ରୋଗୀଙ୍କ ଚିତ୍ର ଓ ସ୍ବର ରୋଗୀଙ୍କ ସହାୟକଙ୍କୁ ପଠାଯିବ।CCTV ମାଧ୍ୟମରେ ରୋଗୀଙ୍କ ଚିତ୍ର ସହାୟକ ଦେଖିପାରିବା ବ୍ୟବସ୍ଥା ହେବ । ସଂପର୍କୀୟଙ୍କୁ ଦିନକୁ ଅତି କମ୍‌ରେ ଥରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଜଣାଯିବ । ହେଲ୍‌ପ ଡେସ୍କ କାମ ନକଲେ ନିଜେ ଫୋନ୍‌ ଉଠାଇବେ ଅଧିକୃତ ଅଧିକାରୀ।

Get real time updates directly on you device, subscribe now.