fbpx
BSKY
BJD MC SKY
BJD YOUTH SKY

ସିକ୍ରେଟ୍ ସୁଡ଼ଙ୍ଗ ଭିତରେ ଟ୍ରେନରେ ଯାତ୍ରା କରନ୍ତି ସବୁଠୁ ପାୱାରଫୁଲ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୱାଶିଂଟନ୍ ରେ ଥିବା କ୍ୟାପିଟୋଲ ସିକ୍ରେଟ୍ ସବ୍-ୱେର ଉପଯୋଗ ଆମେରିକାର ରାଷ୍ଟ୍ରପତିଙ୍କ ସମେତ ଅନ୍ୟ ବଡ଼ ବଡ଼ ବ୍ୟକ୍ତିତ୍ୱ ମାନେ ଗତ ୧୦୦ ବର୍ଷ ଧରି କରିଆସୁଛନ୍ତି । ଆମେରିକୀ ରାଷ୍ଟ୍ରପତି, ସୁପ୍ରିମକୋର୍ଟର ଜଜ୍ ଏବଂ କେବେ କେବେ ଫିଲ୍ମ ଷ୍ଟାର ମାନେ ଏବଂ ଦୁନିଆର କିଛି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମାନଙ୍କ ପାଇଁ ସୁରକ୍ଷିତ ପରିବହନ ବ୍ୟବସ୍ଥା ରହିଛି । ସିକ୍ରେଟ୍ ସୁଡ଼ଙ୍ଗ ଭିତରେ ତିଆରି ହୋଇଥିବା ସବ୍-ୱେ ଅନେକ ଦଶନ୍ଧିରୁ ଦୁନିଆର ପାୱାରଫୁଲ୍ ବ୍ୟକ୍ତିତ୍ୱ ମାନଙ୍କୁ ସୁରକ୍ଷା ଦେଇ ଆସୁଛି ଏବଂ ବଡ଼ ବଡ଼ ଘଟଣାକ୍ରମର ସାକ୍ଷୀ ମଧ୍ୟ ରହିଛି ।

ଆପଣ ମାନେ ଜାଣିଥାନ୍ତୁ ଯେ, ୱାଶିଂଟନ୍ ଡିସିରେ ୟୁଏସ୍ କ୍ୟାପିଟୋଲର ମେଟ୍ରୋ ପ୍ରଣାଳୀରେ ତିନିଟି ଭୂମିଗତ ଇଲେକ୍ଟ୍ରିକ୍ ପିପଲ୍ ମୁଭର୍ ସିଷ୍ଟମ୍ ସାମିଲ ରହିଛି । ଯାହା ୟୁଏସ୍ କ୍ୟାପିଟୋଲକୁ ସିନେଟ୍ କାର୍ଯ୍ୟାଳୟ ଭବନର ତିନିଟି ଏବଂ ଚାରିଟି ହାଉସ୍ ଅଫିସ୍ ଭବନ ମଧ୍ୟକୁ ଯୋଡୁଛି । ଏପରି କରିବାର ମୁଖ୍ୟ କାରଣ ହେଲା ରାଷ୍ଟପ୍ରତି, ସିନେଟର୍ ଏବଂ କଂଗ୍ରେସର ସଦସ୍ୟଙ୍କୁ କ୍ୟାପିଟୋଲ ଭିତରରେ ଥିବା କାର୍ଯ୍ୟାଳୟ ଭବନରୁ ତାଙ୍କ ସମ୍ବନ୍ଧିତ କକ୍ଷ ପର୍ଯ୍ୟନ୍ତ ସୁରକ୍ଷିତ ଭାବରେ ପହଞ୍ଚା ଯାଇପାରିବ ।

କ୍ୟାପିଟୋଲ ସିକ୍ରେଟ୍ ସବ୍-ୱେ ୧୦୦ ବର୍ଷରୁ ଅଧିକ ସମୟ ହେବ ବଡ଼ ବଡ଼ ରାଜନେତାମାନଙ୍କୁ ଉପଲବ୍ଧିର ସାକ୍ଷୀ ରହିଛି । କେବେ ଏଠାରେ ହତ୍ୟା କରିବାକୁ ଚେଷ୍ଟା କରାଯାଇଛି ତ କେତେବେଳେ ଏଠାରେ ରାଷ୍ଟ୍ରପତି (ୱିଲିୟମ୍ ହାୱର୍ଡ ଟୈଫ୍ଟ, ୧୯୧୧) ଲୁଚିବା ପାଇଁ ଠିକଣା ତିଆରି କରିଥିଲେ । ଏହି ସୁଡ଼ଙ୍ଗ ଭିତରେ ସୁରକ୍ଷା ବ୍ୟବସ୍ଥା ଖୁବ୍ କଡ଼ା କଡ଼ି କରାଯାଇଛି ।

Get real time updates directly on you device, subscribe now.