fbpx

ଶୀତଦିନେ ଫୁଲ କୋବି ଖାଇଲେ କ’ଣ ଲାଭ ହୁଏ, ଏହା ହେଉଛି ତାର ତାଲିକା

ଶୀତ ଦିନ ଆସିବା ମାତ୍ରେ ପନିପରିବାରେ ଭରିଉଠେ ଧରଣୀ । ସାଧାରଣତଃ ଶୀତଦିନେ ପ୍ରତ୍ୟେକଙ୍କ ଘରେ ଫୁଲକୋବି ଦେଖିବାକୁ ମିଳିଥାଏ । ତେବେ ଏହା ଏମିତି ଏକ ପରିବା ଯାହାକୁ ଆପଣ ବିଭିନ୍ନ ଉପାୟରେ ତିଆରି କରି ଖାଇପାରିବେ । ଘରେ ଫୁଲ କୋବିରେ ପରଟା, ପକୁଡି, ତରକାରୀ ଓ ଭଜା ଆଦି ଆଇଟମ କରାଯାଇଥାଏ । କୋବିରେ ପ୍ରସ୍ତୁତ ଖାଦ୍ୟ ବହୁ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ । ତେଣୁ ଫୁଲକୋବିରେ ଭିଟାମିନ-ସି, କେ, ଫାଇବର, ଫୋଲେଟ, ଭିଟାମିନ-ବି, ପୋଟାସିୟମ, ପ୍ରୋଟିନ, ଫସଫୋରିନ, ମାଙ୍ଗାନିଜ ତତ୍ୱ ଲୁଚି ରହିଛି । ଏହି ପୋଷଣ ଗୁଡିକ ଶରୀରରେ ଅନେକ ଲାଭ ପହଁଚାଇଥାନ୍ତି । କିଛି ଲୋକ ଭାବନ୍ତି ଫୁଲ କୋବିରେ କିଛି ଭିଟାମିନ ନଥାଏ । ହେଲେ ତା ନୁହେଁ । ଜାଣନ୍ତୁ ଫୁଲକୋବି ଖାଇଲେ କି ଲାଭ ହୋଇଥାଏ ।

– ଆପଣ ଯଦି ଓଜନ ହ୍ରାସ କରିବା ଡାଏଟରେ ଅଛନ୍ତି ତେବେ ଏହାକୁ ଖାଇପାରିବେ । କାରଣ ଏଥିରେ କ୍ୟାଲୋରୀର ମାତ୍ରା ବହୁ କମ ରହିଥାଏ । ଯାହା ଓଜନକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

– ଫୁଲକୋବିରେ ପୋଟାସିୟମ ଭାଗ ଭଲ ରହିଥାଏ । ଯାହା ଧମନୀରେ ରକ୍ତ ବ୍ଲକ କରିବାରୁ ରକ୍ଷା କରିଥାଏ । ଖାଲି ଏତିକି ନୁହେଁ, ଏହା ରକ୍ତରେ କୋଲେକଷ୍ଟ୍ରଲକୁ କମ କରିଥାଏ । କୋବି ଖାଇବା ଦ୍ୱାରା ଆପଣ ସୁସ୍ଥ ମଧ୍ୟ ରହିପାରିବେ ।

– କୋବି ଗର୍ଭବତୀ ମହିଳାଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ । କୋବିରେ ଥିବା ଫୋଲେଟ କୋଶିକା ପିଲା ବଢାଇବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ ବି ର ମାତ୍ରା ଅଧିକ ଅଛି ସେଥିପାଇଁ ପିଲାର ସ୍ନାୟୁ କୋଷରେ କୌଣସି ପ୍ରକାର କ୍ଷତି ପହଁଚାଇବାରୁ ରକ୍ଷା କରିଥାଏ ।

– ଫୁଲକୋବି ଖାଇବା ଦ୍ୱାରା କମଜୋର ହାଡରୁ ମୁକ୍ତି ପାଇପାରିବେ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଅଛି ଯାହାକୁ ଖାଇଲେ ଏହା ହାଡ ମାନଙ୍କୁ ମଜଭୁତ ରଖିଥାଏ ।

– ଫୁଲକୋବିରେ ଫାଇବର ମାତ୍ରା ଅଧିକ ରହିଛି ଯାହା ଖାଦ୍ୟ ହଜମ ହେବାରେ ସହାୟକ ହୋଇଥାଏ । କୋବିରେ ରହିଛି ଗ୍ଲୁକୋରାଫିନ ଏହା ପେଟ ଏବଂ ଅନ୍ତକୁ ରକ୍ଷା କରିଥାଏ ।

Get real time updates directly on you device, subscribe now.