fbpx

ଇସ୍ରାଏଲର ଆକ୍ରମଣ ପରେ ୩୫ଟି ରକେଟ୍ ମାଡ଼ କଲା ହିଜବୁଲ୍ଲା

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଇସ୍ରାଏଲ-ହିଜବୁଲ୍ଲା ବିବାଦ । ଇସ୍ରାଏଲର ଆକ୍ରମଣ ପରେ ହିଜବୁଲ୍ଲା ଏବେ ପ୍ରତିଶୋଧ ନିଆଁରେ ଜଳୁଛି । ଦକ୍ଷିଣ ଲେବାନନରେ ଇସ୍ରାଏଲର ଆକ୍ରମଣର ଜବାବରେ ହିଜବୁଲ୍ଲା ତା’ର ଉପକରଣ ଗୋଦାମ ଉପରକୁ ୧୨ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମଧ୍ୟ ଏକ ବିବୃତିରେ କହିଛି ଯେ ଲେବାନନରୁ ଅତି କମରେ ୩୫ଟି ରକେଟ୍ ନିକ୍ଷେପ କରାଯାଇଛି ଏବଂ ଏହା ଅନେକ ପ୍ରକାରର କ୍ଷୟକ୍ଷତି କରିଛି ।

ସେପଟେ ଆଇଡିଏଫ କହିଛି ଯେ ଏହାର ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଅନେକ ରକେଟ୍ ଖସାଇ ଦିଆଯାଇଛି । ଏପଟେ ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ  ଆଜି ଦକ୍ଷିଣ ଲେବାନନର ସହର ଏବଂ ଗାଁରେ ହୋଇଥିବା ଏହି ଆକ୍ରମଣରେ ଅତି କମରେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ୪୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।

ଅନ୍ୟପକ୍ଷରେ ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦକ୍ଷିଣ ଲେବାନନର ଡାକ୍ତରଖାନାଗୁଡ଼ିକୁ, ଯେଉଁ ରୋଗୀଙ୍କ ତୁରନ୍ତ ଅପରେସନ କରିବା ଜରୁରୀ ନାହିଁ ସେସମସ୍ତ ଅପରେସନ ବାତିଲ କରିବାକୁ ଅନୁରୋଧ କରିଛି । ଲେବନାନରେ ଇସ୍ରାଏଲ ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ପାଇଁ ଏପରି ପ୍ରସ୍ତୁତି କରାଯାଉଛି ।

Get real time updates directly on you device, subscribe now.