fbpx

ପୋଲିସ ଷ୍ଟେସନରେ ଲାଗିବ ସିସିଟିଭି

ଭୁବନେଶ୍ୱର, ୩ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ହାଜତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ହାଇକୋର୍ଟଙ୍କ ରାୟ ଅନୁଯାୟୀ, ରାଜ୍ୟର ସମସ୍ତ ପୋଲିସ ଷ୍ଟେସନ ଓ ହାଜତମାନଙ୍କରେ ଲାଗିବ ସିସିଟିଭି । ଆସନ୍ତା ୬ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟର ଅଗ୍ରଗତି ନେଇ ଏକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ୧୮ ମାସ ପର୍ଯ୍ୟନ୍ତ ସମସ୍ତ ରେକର୍ଡିଂ ସୁରକ୍ଷିତ ଭାବରେ ରଖିବାକୁ କୁହାଯାଇଛି । ଏହାଛଡ଼ା ଇନ୍ସପେକ୍ଟର ଓ ସବଇନ୍ସପେକ୍ଟରଙ୍କ ଅଫିସମାନଙ୍କରେ ମଧ୍ୟ ସିସିଟିଭି ଲଗାଯିବ । ପ୍ରତ୍ୟେକ ଥାନାର ପ୍ରବେଶ ଓ ପ୍ରସ୍ଥାନ ପଥ, ଲପ୍ ଅପ୍ ସ୍ଥାନଗୁଡ଼ିକ ସିସିଟିଭି ନିୟନ୍ତ୍ରଣରେ ରହିବ । ସବୁ ଥାନାମାନଙ୍କରେ ଅଡିଓ ରେକର୍ଡର ବି ଲାଗିବ । ସିବିଆଇ, ଏନଆଇଏ, ଏନସିବି, ଇଡିର ପଚରାଉଚରା ବେଳେ ମଧ୍ୟ ରେକର୍ଡଭୁକ୍ତ କରାଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.