ଘନଉଛି ବନ୍ୟା ଆଶଙ୍କା, ବାଲେଶ୍ୱରରେ ଛୁଟି ବାତିଲ୍

ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି।

ବାଲେଶ୍ୱର: ଘନଉଛି ବନ୍ୟା ଆଶଙ୍କା। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍। ସୁବର୍ଣ୍ଣରେଖା ନଦୀରେ ବଢୁଛି ଜଳସ୍ତର, ଚିନ୍ତାରେ ପ୍ରଶାସନ। ତେଣୁ ବାଲେଶ୍ୱରର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଯେହେତୁ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା। ଏହାସହ ଗାଲୁଡିହି ବ୍ୟାରେଜରୁ ପାଣି ଛାଡ଼ିବା ଯୋଗୁଁ  ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଉଛି।

ସେଥିପାଇଁ ବାଲେଶ୍ୱର ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହ ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କର୍ମଚାରୀଙ୍କୁ ନିଜ ହେଡକ୍ୱାର୍ଟର ନ ଛାଡ଼ି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।