fbpx
BJD
BJD SKY
BJD SKY

Inspire FD କମାଲ କରୁଛି: ୫ଟି ବ୍ୟାଙ୍କରେ ନିବେଶ କରନ୍ତୁ, ଗ୍ରାହକଙ୍କୁ ମିଳୁଛି ୯ ପ୍ରତିଶତ ସୁଧ

ନୂଆଦିଲ୍ଲୀ: ଆଜିର ମହଙ୍ଗା ଯୁଗରେ ଟଙ୍କା ସମସ୍ତଙ୍କ ପାଇଁ ନିହାତି ଜରୁରୀ । ତେଣୁ ଲୋକମାନେ ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶ ସନ୍ଧାନରେ ରହିଥାନ୍ତି । ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ମଧ୍ୟ ବଢ଼ିଆ ବଢ଼ିଆ ନିବେଶ ଅଫର କରିଥାନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ସ୍ପେଶାଲ ନିବେଶ ଯୋଜନା । ଏହି ସ୍କିମରେ ନିବେଶ କରି ଆପଣମାନେ ୯ ପ୍ରତିଶତ ସୁଧ ପାଇ ପାରିବେ ।

ଘରୋଇ କ୍ଷେତ୍ରର ବନ୍ଧନ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଏକ ନୂଆ ସ୍ଥାୟୀ ଜମା ‘ଇନ୍ସପାୟାର ଏଫଡି’ ସ୍କିମ ଲଞ୍ଚ କରିଛି । ଏହି ଏଫଡିରେ ବରିଷ୍ଠ ନାଗରିକଙ୍କୁ ୮.୩୫ ପ୍ରତିଶତ ସୁଧ ମିଳୁଥିବା ବେଳେ ଏଥିରେ ୫୦୦ ଦିନ ପର୍ଯ୍ୟନ୍ତ ନିବେଶ କରିବାକୁ ପଡ଼ିବ । ତେବେ ଅଧିକ ସୁଧ ସହିତ ଗ୍ରାହକଙ୍କୁ ହେଲଥ ବେନିଫିଟ୍ ମଧ୍ୟ ମିଳିବ ।

ତେବେ ଏଫଡିରେ ନିବେଶ କରି ଅଧିକ ସୁଧ ପାଇବାକୁ ଇଚ୍ଛୁକ ଥିବା ଗ୍ରାହକମାନେ ଆହୁରି କିଛି ବ୍ୟାଙ୍କରେ ନିବେଶ କରି ବଢ଼ିଆ ରିଟର୍ଣ୍ଣ ପାଇ ପାରିବେ । ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ୧୦୦୧ ଦିନିଆ ଏଫଡି ଉପରେ ୯ ପ୍ରତିଶତ ସୁଧ ପ୍ରଦାନ କରୁଛି । ସୂର୍ଯ୍ୟୋଦନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ୮.୬୦ ପ୍ରତିଶତ, ଫିନକେୟାର ୮.୬୧ ପ୍ରତିଶତ ଓ ଇଏସଏଏଫ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୮.୫୦ ପ୍ରତିଶତ ସୁଧ ପ୍ରଦାନ କରୁଛି । ସାଧାରଣ ଭାବେ ଏଫଡିକୁ ଏକ ସୁରକ୍ଷିତ ନିବେଶ ଭାବେ ଗଣାଯାଇଥାଏ । ଏହା ବରିଷ୍ଠ ନାଗରିକଙ୍କ ସହିତ ସାଧାରଣ ନାଗରିକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥାଏ ।

Get real time updates directly on you device, subscribe now.