fbpx
BSKY SKY
BSKY SKY

ଭାରତୀୟ ଷ୍ଟିଲ ଅଥରିଟି ଆଣିଲା ଚାକିରି ସୁଯୋଗ: ମିଳିବ ହାଇ ସ୍କେଲ ବେତନ

BSKY

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ଷ୍ଟିଲ ପ୍ରାଧିକରଣ ଲିମିଟେଡ (ସେଲ) ପକ୍ଷରୁ ୨୩୯ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କନସଲଟାଣ୍ଟ, ମେଡିକାଲ ଅଫିସର, ଆସିଷ୍ଟାଣ୍ଟ ମ୍ୟାନେଜର, ମ୍ୟାନେଜମେଣ୍ଟ ଟ୍ରେନି ଟେକ୍ନିକାଲ, ଅପରେଟର କମ୍ ଟେକ୍ନିସିଆନ, ମାଇନିଂ ଫୋରମ୍ୟାନ, ସର୍ଭେୟର, ମାଇନିଂ ମେଟ, ଆଟେଣ୍ଡାଣ୍ଟ, ମାଇନିର ସିର୍ଦାର ଆଦି ପରେ ନିଯୁକ୍ତି ଦିଆଯିବ ।

ମାର୍ଚ୍ଚ ମାସ ୨୫ ତାରିଖରୁ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଫି’ ଦେୟ ଆମମ୍ଭ ହୋଇ ଏପ୍ରିଲ ମାସ ୧୫ ତାରିଖରେ ସମାପ୍ତ ହେବ । ମେ-ଜୁନ ମାସରେ ଆଡମିଡ୍ କାର୍ଡ ଜାରି କରାଯିବାର ସମ୍ଭାବନା ରହିଛି । ଏହାପରେ ମେ-ଜୁନ ମାସରେ ଲିଖିତ ପରୀକ୍ଷା / ଇଣ୍ଟରଭ୍ୟୁ ଅନୁଷ୍ଠିତ ହୋଇପାରେ । କାର୍ଯ୍ୟନିର୍ବାହୀ କ୍ୟାଡର ଓ ଅଣକାର୍ଯ୍ୟନିର୍ବାହୀ କ୍ୟାଡର ପାଇଁ ଆବେଦନ ଫିସ୍ ଅଲଗା ଅଲଗା ରହିଛି ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ୨୦୨୩ ମସିହା ଏପ୍ରିଲ ମାସ ୧୫ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://sail.ucanapply.com/otr?app_id=UElZMDAwMDAwMQ==

ନୋଟିଫିକେସନ ଲିଙ୍କ: https://ucanapplym.s3.ap-south-1.amazonaws.com/sail/pdf/BSL%20R%202023-01.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://sailcareers.com/secure?app_id=UElZMDAwMDAwMQ==

Get real time updates directly on you device, subscribe now.