fbpx

ଓଡିଶାରେ କରୋନାର ସାଙ୍ଘାତିକ ପରିସ୍ଥିତି! ଆଜି ସର୍ବାଧିକ ୨୯୨୪ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୬ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ସର୍ବାଧିକ ୨୯୨୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ୦୫୦ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୮୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୩୭, ବାଲେଶ୍ୱରରୁ ୧୨୭, ବରଗଡରୁ ୪୮, ବଲାଙ୍ଗୀରୁ ୨୭, ବୌଦ୍ଧରୁ ୮, କଟକରୁ ୧୮୯, ଦେଓଗଡରୁ ୧୬, ଢେଙ୍କାନାଳରୁ ୪୦, ଗଜପତିରୁ ୭୧, ଗଞ୍ଜାମରୁ ୩୧୮, ଜଗତସିଂହପୁରରୁ ୩୦, ଯାଜପୁରରୁ ୨୦୦, ଝାରସୁଗୁଡାରୁ ୩୦, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୦, କେନ୍ଦ୍ରପଡାରୁ ୬୦, କେନ୍ଦୁଝରରୁ ୨୬, କେରାପୁଟରୁ ୯୫, ମାଲାକାନଗିରିରୁ ୯୩, ମୟୂରଭଞ୍ଜରୁ ୧୩୬, ନବରଙ୍ଗପୁରରୁ ୨୬, ନୟାଗଡରୁ ୧୪୨, ନୂଆପଡାରୁ ୨୦, ପୁରୀରୁ ୧୪୪, ସମ୍ବଲପୁରରୁ ୩୭, ସୋନପୁରରୁ ୩୮ ଓ ସୁନ୍ଦରଗଡରୁ ୧୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.