fbpx

୨୪ଘଣ୍ଟାରେ ରେକର୍ଡ଼ ସଂଖ୍ୟକ ୩୪ହଜାର ୯୫୬କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୭ା୭: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩ହଜାର ୮୩୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୫ହଜାର ୬୦୨ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ସର୍ବାଧିକ ୩୪ହଜାର ୯୫୬କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୬୮୭ଜଣଙ୍କର ମୃତ୍ୟୁ ହୋଇଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬ଲକ୍ଷ ୩୫ହଜାର ୭୫୭ଜଣ ସୁସ୍ଥ ହୋଇଛନ୍ତି । ଏବେ ବିଭିନ୍ନ ହସ୍ପିଟାଲରେ ୩ଲକ୍ଷ ୪୨ହଜାର ୪୭୩ଜଣ ଚିକିତ୍ସାଧୀନ ଅଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.