fbpx

୭ ବର୍ଷ ପରେ ଫେରୁଛି HIL: ଓଡ଼ିଶାର ୨ ଦଳ ଭାଗ ନେବେ, ଡିସେମ୍ବର ୨୮ରୁ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: କ୍ରୀଡ଼ାପ୍ରେମୀ ମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ୭ ବର୍ଷର ବ୍ୟବଧାନ ପରେ ପୁଣିଥରେ ପେରୁଛି ହକି ଇଣ୍ଡିଆ ଲିଗ୍ । ଏହାର ଘୋଷଣା ପରେ ହକି ପ୍ରେମୀଙ୍କ ମନରେ ଉସବାହ ବଢି ଯାଇଛି । ଚଳିତବର୍ଷ ୨୦୨୪-୨୫ ହକି ଇଣ୍ଡିଆ ଲିଗ୍ ଆସନ୍ତା ଡିସେମ୍ବର ମାସରୁ କେଳାଯିବ ବୋଲି ଘୋଷଣା କରାଯାଇଛି । ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ପୁରୁଷ ଏବଂ ୬ଯି ମହିଳା ଦଳ ସାମିଲ ହେବାକୁ ନିଷ୍ପତ୍ତି ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ୨ଟି ଦଳ ସାମିଲ ହେବେ, ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଓଡ଼ିଶା ସାମିଲ ହେବ ବୋଲି ଜଣାଯାଇଛି । ତେବେ ପୁରୁଷ ଦଳ ଓଡ଼ିଶାର ଐତିହାସିକ ହକି ଷ୍ଟାଡିୟମ୍ ରାଉରକେଳାରେ ଖେଳାଯିବାକୁ ଥିବା ବେଳେ ମହିଳା ଟିମ୍ ରାଞ୍ଚିରେ ଟ୍ରଫି ପାଇ କରିବେ ଲଢେଇ । ବର୍ତ୍ତମାନ ହକି ଇଣ୍ଡିଆ ଲିଗ୍ ତାରିଖ ଘୋଷଣା ହୋଇଯିବା ପରେ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି ।

Get real time updates directly on you device, subscribe now.