fbpx

ହିଣ୍ଡାଲକୋ ହୀରାକୁଦ ତରଫରୁ ମେଗା ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର

ହୀରାକୁଦ: ହିଣ୍ଡାଲକୋ ତରଫରୁ ଗ୍ରାମଞ୍ଚଳ ଏବଂ ହୀରାକୁଦରେ ବିଶେଷଜ୍ଞ ସ୍ୱାସ୍ଥ୍ୟଶିବିର ଅନବରତ ଜାରି ରହିଛି । ଅଂଚଳରେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାର ଅଭାବକୁ ପୁରାଣ କରିବା ପାଇଁ ପ୍ରୟାଶ କରୁଛି । ଏହିକ୍ରମରେ ଆଜି ଏକ ମେଗା ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ମହମ୍ମଦପୁର ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇ ଅଛି ।

ଆଜିର ଏହି ସ୍ୱାସ୍ଥ୍ୟ ଶିବିରକୁ ହିଣ୍ଡାଲକୋ ହୀରାକୁଦର ମାନବସମ୍ବଳ ମୁଖ୍ୟ ଶ୍ରୀଯୁକ୍ତ କ୍ରୀଷ୍ଣା ପାଢ଼ୀ ପ୍ରଦୀପ ପ୍ରଜ୍ବଳନ କରିଉଦ୍ଘାଟନ କରିଥିଲେ । ଏଥିରେ ହିଣ୍ଡାଲକୋ ପ୍ଲାଣ୍ଟରେ ସ୍ମେଲଟରଇଂଗି ରିଙ୍ଗ ମୁଖ୍ୟ ଶ୍ରୀ ଅରୁଣ କୁମାର ସିଂ, ପାୱାର ପ୍ଲାଣ୍ଟରେ ଅପେରସନର ଶ୍ରୀ ନିମେଇ ମହାପାତ୍ର ପ୍ଲାଣ୍ଟରେ ମାନବ ସମ୍ବଳ ମୁଖ୍ୟ ଶ୍ରୀ ଶିବ ପାଢ଼ୀ, ଦୀପକ ମହାନ୍ତି ସ୍ମେଲଟର ପ୍ଲାଣ୍ଟରେ ମାନବସମ୍ବଳ ବିଭାଗର ଶ୍ରୀ ଆଶିଷ ପାଣ୍ଡେ, ହିଣ୍ଡାଲକୋର ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁବ୍ରତ ଚାଟାର୍ଜୀ, ସ୍ତ୍ରୀ ରୋଗ ଵିଶେଷଜ୍ଞ ଡାକ୍ତର ପଦ୍ମାଳୟା ମିଶ୍ର, କରିଉଦ୍ଘାଟନରେ ଉପସ୍ଥିତଥିଲେ ।

ଶ୍ରୀଯୁକ୍ତ କ୍ରିଷ୍ଣା ପାଢ଼ୀ ଉପସ୍ଥିତ ଜନତାକୁ କହିଥିଲେ ଏହି ଅଂଚଳର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଆମର ମୁଖ୍ୟ ଲକ୍ଷ । ଏଣୁ ଆମେ ଆମର ଛୋଟ ପ୍ରୟାଶ ଜାରି ରଖିଛୁ । ଆପଣମାନଙ୍କର ସହଯୋଗରେ ଏହିକାର୍ୟ୍ୟକ୍ରମ ଆସନ୍ତା ଦିନମାନଙ୍କରେ ମଧ୍ୟ ଅନୁଷ୍ଠିତହେବ । ଶିକ୍ଷା , ସ୍ୱାସ୍ଥ୍ୟ ଏବଂ ଅଂଚଳର ବିକାଶରେ ଆମ ଭାଗିଦାର ରହିବ । ଅନ୍ୟମନାଙ୍କ ମଧ୍ୟରେ ସ୍ଥାନୀୟ ମାନ୍ୟଗନ୍ୟ ବ୍ୟକ୍ତି ଶ୍ରୀ ନଟୁ ବିଶ୍ୱାଳ, ଶ୍ରୀ ଅକ୍ରୁର ତେଲେଙ୍ଗା, ଶ୍ରୀ ପ୍ରମୋଦ ବିଶ୍ୱାଳ,ଶ୍ରୀ କୁଞ୍ଜବନ ଛୋର,ଶ୍ରୀ ଦୀପକ ଭୋଇ , ଶ୍ରୀ କ୍ଷମ! ସାଗର ସାହୁ, ଶ୍ରୀସୁରେନ୍ଦ୍ର ଚୌବେ , ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ଅନିଲ ମିଶ୍ର ଏବଂ ଅନ୍ୟମାନ୍ୟଗଣ ଗ୍ରମବାସୀ ଉପସ୍ଥିତ ଥାଇ ହିଣ୍ଡାଲକୋର ମହତପଦକ୍ଷେପକୁ ପ୍ରସଂଶା କରିବା ସହ ଏହିି କାର୍ୟ୍ୟକ୍ରମ ଅଞ୍ଚଳବାସୀଙ୍କର ବହୁତ ସାହାଯ୍ୟ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ଏହି କାର୍ୟ୍ୟକ୍ରମ ହିଣ୍ଡାଲକୋ ସମ୍ବଲପୁର କ୍ଲଷ୍ଟର ମୁଖ୍ୟ ଶ୍ରୀଯୁକ୍ତ କୈଳାଶ ପାଣ୍ଡେଙ୍କ ମାର୍ଗଦର୍ଶନେରେ ଚାଲୁ ରହିଛି । ଅଂଚଳର ବିକାଶ ଆମର ଲକ୍ଷ ବୋଲି ଶ୍ରୀଯୁକ୍ତ ପାଣ୍ଡେ ମତବ୍ୟକ୍ତ କରିଛନ୍ତି । ଆଗକୁ ଏହିପରି କାର୍ୟ୍ୟକ୍ରମ ଚାଲୁ ରହିବଏବଂ ଜନସାଧାରଣଙ୍କର ସହଯୋଗରେ ଅନ୍ୟାନ ଜନହିତକର କାମ ହିଣ୍ଡାଲକୋ ହାତକୁନେବ । ମେଗା ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ଡାକ୍ତର ଶ୍ରୀମତୀ ପଦ୍ମାଳୟା ମିଶ୍ର, ଡାକ୍ତର ନେତ୍ରାନନ୍ଦ ଦୋରା, ଡାକ୍ତର ଦିଶାଖାନା, ଡାକ୍ତର ଚନ୍ଦନ ମାରାଣ୍ଡି,ଡାକ୍ତର ଅନିଲ ମୋହନ ମିଶ୍ର, ଡାକ୍ଟର ପ୍ରଶାନ୍ତ ଦାଶ, ଡାକ୍ତର ଇପିସିତ ପଣ୍ଡା, ଡାକ୍ତର ଚଂଚଳ ଗୋଏଙ୍କ, ବିଶେଷଜ୍ଞ ଡାକ୍ତରମାନେ ଶିବିରରେ ରୋଗୀମାନଙ୍କର ଚିକିତ୍ସା କରିଥିଲେ ହିଣ୍ଡାଲକୋ ତରଫରୁ ଔଷଧ, ଡାକ୍ତରମାନଙ୍କର ପରମର୍ଶରେ ବଣ୍ଟନ କରାଯାଇଥିଲା ।

୩୭୨ ଜଣ ରୋଗୀ ଏହି ମେଗା ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶକ୍ୟ ପରମର୍ଶ ଓ ଔଷଧ ଗ୍ରହଣ କରିଥିଲେ । ଏହି କାର୍ୟ୍ୟକ୍ରମ ହିଣ୍ଡାଲକୋ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଓ ହିଣ୍ଡାଲକୋ ହୀରାକୁଦ କର୍ପୋରେଟ ସାମାଜିକ ଦାଇତ୍ୱବୋଧ ବିଭାଗର ସମସ୍ତ କର୍ମଚାରୀଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା ।

Get real time updates directly on you device, subscribe now.