fbpx

(Video) ପୁଣି ଆସିଲା ହିଣ୍ଡେନବର୍ଗ ଝଡ଼: ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟକୁ ନେଇ ଜାରି ହେଲା ରିପୋର୍ଟ, ଅନଲାଇନ୍ ଗେମିଂ କମ୍ପାନୀର ଶେୟାର ନିମ୍ନମୁଖୀ

ନୂଆଦିଲ୍ଲୀ: ପୁଣି ଆସିଛି ହିଣ୍ଡେନବର୍ଗ ଝଡ଼ । ଆମେରିକୀୟ ଶର୍ଟ ସେଲିଂ ଫର୍ମ ହିଣ୍ଡେନବର୍ଗ ଅଦାନୀ ଗ୍ରୁପକୁ ନେଇ ରିପୋର୍ଟ ଜାରି କରିବା ପରେ ଅଦାନୀର ଶେୟାର ଅହେତୁକ ହ୍ରାସ ପରିଲକ୍ଷିତ ହୋଇଥିଲା । ଏଥିସହିତ ପରବର୍ତ୍ତୀ ସମୟରେ ହିଣ୍ଡେନବର୍ଗ ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କୁ ନେଇ ମଧ୍ୟ ଅଭିଯୋଗ ଆଣିଥିଲେ । ତେବେ ଏହା ମଧ୍ୟରେ ହିଣ୍ଡେନବର୍ଗ ଆମେରିକୀୟ ଅନଲାଇନ୍ ଗେମିଂ ଦିଗଜ୍ କମ୍ପାନୀ ରୋବଲକ୍ସ ଉପରେ ଟାର୍ଗେଟ୍ କରିଛି । ହିଣ୍ଡେନବର୍ଗ ରିପୋର୍ଟ ଜାରି କରିବା ସହ ରୋଲବକ୍ସ ନିବେଶକଙ୍କୁ ଅନ୍ଧାରରେ ରଖୁଥିବା ନେଇ ଅଭିଯୋଗ ଆଣିଛି ।

ନାଥନ ଆଣ୍ଡରସନଙ୍କ ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚରେ କୁହାଯାଇଛି, ରୋଲବକ୍ସ କର୍ପୋରେସନ ୱାଲ ଷ୍ଟ୍ରିଟ ପାଇଁ ନିଜର ମୁଖ୍ୟ ମିଟ୍ରିକ ବଢ଼ାଇ ଚଢ଼ାଉ ଉପସ୍ଥାପନ କରୁଛି । ଭିଡିଓଗେମ କମ୍ପାନୀ ନିଜର ପ୍ଲାଟଫର୍ମରେ ଉପଯୋଗକର୍ତ୍ତାଙ୍କ ସଂଖ୍ୟା ବିଷୟରେ ନିବେଶକ ଓ ନିୟାମକଙ୍କୁ ମିଛ କହୁଛି । ଏତିକି ନୁହେଁ, ନିଜ ଏହି ରିପୋର୍ଟରେ ‘ରୋବଲକ୍ସ: ଇନଫ୍ଲେଟେଡର ମେଟ୍ରିକ୍ସ ଫର ୱାଲ ଷ୍ଟ୍ୟିଟ ଆଣ୍ଡ ଏ ପୀଡୋଫାଇଲ ହେଲସ୍କେପ ଫର କିଡସ’ ମଧ୍ୟ ଲେଖାଯାଇଛି । ଗେମିଂ କମ୍ପାନୀ ଅନେକ ଆକ୍ଟିଭ ୟୁଜର୍ସଙ୍କ ସଂଖ୍ୟାକୁ ୨୫ ପ୍ରତିଶତ ବଦଳରେ ୪୨ ପ୍ରତିଶତ କହୁଥିବା ଦର୍ଶାଯାଇଛି । ଏଥିସହିତ ରୋବଲକ୍ସ ଶିଶୁଙ୍କ ଉପରେ ଖରାପ ପ୍ରଭାବ ପକାଉଛି ଓ ଶିଶୁଙ୍କ ପାଖରେ ପର୍ଣ୍ଣୋଗ୍ରାଫି, ହିଂସକ କଣ୍ଟେଣ୍ଟ ପହଞ୍ଚୁଛି । ତେବେ ଏହି ରିପୋର୍ଟ ଜାରି ହେବା ପରେ ଗେମିଂ କମ୍ପାନୀରେ ଶେୟାରରେ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପରିଲକ୍ଷିତ ହୋଇଛି ।

Get real time updates directly on you device, subscribe now.