ମାଡ଼ି ଆସୁଛି ହୀରାକୁଦ ପାଣି, ଖୋଲିଲାଣି ୨୦ ଗେଟ୍, ଫୁଲୁଛି ମହାନଦୀ ହେବ ବନ୍ୟା…
ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ଲକ୍ଷ, ୬୪, ୧୨୯ କ୍ୟୁସେକ୍ ଜଳ
ସମ୍ବଲପୁର: ଉପରମୁଣ୍ଡର ବର୍ଷାରେ ହୀରାକୁଦରେ ବଢ଼ୁଛି ଜଳସ୍ତର। ଏବେ ୪ ଗେଟ୍ ପୁଣି ଖୋଲାଯାଇଛି। ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାପାଣି। ବାମ ପାଶ୍ୱର୍ରେ ୧୩ ଡାହାଣ ପାଶ୍ୱର୍ରେ ୭ଟି ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାପାଣି ।
ହୀରାକୁଦରେ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ଲକ୍ଷ, ୬୪, ୧୨୯ କ୍ୟୁସେକ୍ ଜଳ। ପ୍ରତି ସେକେଣ୍ଡରେ ନିଷ୍କାସନ ହେଉଛି ୨ଲକ୍ଷ ୬୪, ୩୦୮ କ୍ୟୂସିକ୍।
ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଆଗକୁ ଆହୁରି ଗେଟ୍ ଖୋଲିପାରେ। ହୀରାକୁଦରୁ ନିଷ୍କାସିତ ପାଣି ଫୁଲୁଛି ମହାନଦୀ। ଯାହା ଆଣିପାରେ ବଡ଼ ବନ୍ୟା।