fbpx

ରାଜ୍ୟରେ ଆସନ୍ତା ୬ରୁ ଖୋଲିବ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ

ଭୁବନେଶ୍ୱର, ୪ା୭(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମିତ ବୃଦ୍ଧି ପାଇବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରଖାଯାଇଥିଲା । କିନ୍ତୁ ଆସନ୍ତା ୬ ତାରିଖରୁ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଖୋଲିବ ବୋଲି ସୂଚନା ମିଳିଛି । ଏଏସଆଇ ଦ୍ୱାରା ପରିଚାଳିତ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଖୋଲିବ । ରାଜ୍ୟର ୩୧ଟି ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ପ୍ରଶାସନର କଟକଣା ଯୋଗୁଁ ବନ୍ଦ ରହିବ କୋଣାର୍କ ମନ୍ଦିର । କରୋନା ଗାଇଡ଼ ଲାଇନ ଅନୁସାରେ ଲୋକମାନେ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଯାଇପାରିବେ ।

Get real time updates directly on you device, subscribe now.