ଖାଦ୍ୟ ଆଣିବା ପାଇଁ ଯାଉଥିବା ବେଳେ ବାଇକକୁ ପିଟିଲା କାର୍, ହିଟ୍ ଆଣ୍ଡ ରନ୍ ମାମଲାରେ ଯୁବକଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ବେପରୁଆ ଗାଡି ଚାଳନା ପାଇଁ ଅନେକଙ୍କର ଜୀବନ ଯାଉଛି । ମହାରାଷ୍ଟ୍ରର ଥାନେରୁ ହିଟ୍ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଛି । କାର୍ ଚାଳକ ବାଇକକୁ ଧକ୍କା ଦେଇ କିଛି ଦୂର ଟାଣି ନେଇଥିବା ଜଣାପଡିଛି । ଏହି ଘଟଣାରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇବା ପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଡ୍ରାଇଭରକୁ ଧରିବା ପାଇଁ ନାଉପଡା ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଥାନାର ନିତିନ ଜଙ୍କସନରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ନାମ ୱାଗଲ ଏଷ୍ଟେଟର ବାସିନ୍ଦା 21 ବର୍ଷୀୟ ଦର୍ଶନ ଶଶିଧର ହେଗଡେ ବୋଲି ଜଣାପଡିଛି ।

ତେବେ ଦୁର୍ଘଟଣା ସୋମବାର ବିଳମ୍ବିତ ରାତି ପ୍ରାୟ 1ଟା 50 ମିନିଟରେ ହୋଇଛି । କାରଟି ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେଇ ଟାଣି ଦେଇଥିଲା । ଏହାପରେ ସେ ତଳେ ପଡିଯିବାରୁ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ଦର୍ଶନ ତାଙ୍କ ବଡ ଭାଇଙ୍କ ମୋଟରସାଇକେଲରେ ଆସୁଥିଲେ । ସେ ଖାଦ୍ୟ କିଣିବାକୁ ଯାଇଥିଲେ । ନିତିନ ଜଙ୍କସନ ଦେଇ ଯାଉଥିବାବେଳେ ନାଶିକ ରାଜପଥରେ ମୁମ୍ବାଇ ଆଡକୁ ଯାଉଥିବା ଏକ ଗାଡି ଯାହାର ରେଜିଷ୍ଟ୍ରେସନ ନମ୍ବର MH 02 BK 1200 ବାଇକକୁ ଧକ୍କା ଦେଇଥିଲା । ଶକ୍ତ ଧକ୍କା ହେବା ପରେ କାର ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ନାଉପଡା ପୋଲିସ ଷ୍ଟେସନ ବିଏନଏସର ଧାରା 106 (2), 281 ଏବଂ 125 (ବି) ଏବଂ ମୋଟର ଯାନ ଅଧିନିୟମର ଅନୁଯାୟୀ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ସିସିଟିଭି ଭୁଟେଜକୁ ଯାଞ୍ଚ କରି କାର୍ ଚାଳକକୁ ଖୋଜିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.