fbpx

ଆମେରିକାରେ ଭୟଙ୍କର ଭାବେ ବ୍ୟାପୁଛି ‘HMPV Virus’: ଶ୍ୱାସ ଜରିଆରେ ଶରୀରରେ ପ୍ରବେଶ କରି ଫୁସଫୁସକୁ ସଂକ୍ରମିତ କରୁଛି, ସତର୍କ କଲା CDC

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ ନିଜର ମାୟାଜାଲରେ କବଳିତ ରଖିବା ପରେ କରୋନା ଭାଇରସକୁ ନେଇ ଚଳିତ ବର୍ଷ ପ୍ରାରମ୍ଭରେ ପୁଣି ଆଶଙ୍କା ପ୍ରକାଶ ପାଇଥିଲା । ଚୀନରେ ଅଚାନକ ସଂକ୍ରମଣ ବଢ଼ିବା ସହିତ ବିଭିନ୍ନ ଦେଶକୁ ତାହା ବ୍ୟାପିବାରେ ଲାଗିଥିଲା । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ-୧୯ ନିୟମ ପାଳନ ସହ ସତର୍କ ହେବାକୁ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ।

ତେବେ କରୋନା ପରେ ଏକାଧିକ ଭୟଙ୍କର ଭାଇରସ୍ ବିଷୟରେ ବିଷେଜ୍ଞମାନେ ସୂଚନା ଦେଇଛନ୍ତି । ନିକଟରେ ଆମେରିକାରେ ଏକ ନୂଆ ଭାଇସରକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ସେଠାରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ (ଏଚଏମପିଭି) ଦ୍ରୁତ ଭାବେ ବ୍ୟାପୁଥିବା ଦେଖାଯାଇଛି । ଗତ କିଛିମାସ ମଧ୍ୟରେ ଏହି ଭାଇରସର ସଂକ୍ରମଣ ୩୬ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଏହା ଫୁସଫୁସକୁ ସଂକ୍ରମଣ କରିପାରେ ବେଲି ଆମେରିକାରେ ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର (ସିଡିସି) ରିପୋର୍ଟରୁ ଜଣାପଡ଼ିଛି ।

ସିଡିସି ଅନୁଯାୟୀ, କରୋନା ପରି ଏଚଏମପିଭି ଭାଇରସ ଫୁସଫୁସକୁ ମଧ୍ୟ ସଂକ୍ରମିତ କରିପାରେ । ଏପ୍ରିଲ ମାସ ଅପେକ୍ଷା ମେ’ରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଏବେ ବି ସଂକ୍ରମଣ ଜାରି ରହିଛି । ଏହି ଭାଇରସ ଶ୍ୱାସ ମଧ୍ୟ ଦେଇ ଶରୀରରେ ପ୍ରବେଶ କରେ ଓ କମ୍ ବୟସର ଲୋକଙ୍କୁ ନିଜର ଶିକାର କରିଥାଏ । ଏହି ଭାଇରସ୍ କାରଣରୁ ମଧ୍ୟ ନିମୋନିଆ ପରି ମାରାତ୍ମକ ବିମାରୀ ହୋଇପାରେ । ଜଣକୁ ସଂକ୍ରମଣ କରିବାର ୩ ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖାଦେଇଥାଏ । ତେବେ ଏହା ଶରୀରରେ କେତେ ଦିନ ପର୍ଯ୍ୟନ୍ତ ରହିଥାଏ ତହା ସ୍ପଷ୍ଟ ହୋଇ ନାହିଁ ।

Get real time updates directly on you device, subscribe now.