fbpx

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ୧୯ ଜଣିଆ ଟିମ୍ ଘୋଷଣା କଲା ହକି ଇଣ୍ଡିଆ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ୧୬ ଜଣିଆ ପୁରୁଷ ଟିମ୍ ଘୋଷଣା କରିଛି ହକି ଇଣ୍ଡିଆ । ଜୁଲାଇ ୨୬ରୁ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ପ୍ୟାରିସ ଅଲିମ୍ପିକ୍ସ ଖେଳାଯିବା ନେଇ ଶିଡ୍ୟୁଲ ହୋଇଛି । ଭାରତୀୟ ଦଳରେ ହରମନପ୍ରୀତ ସିଂହ ଅଧିନାୟକ ଓ ହାର୍ଦିକ ସିଂହ ଉପଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ହରମନପ୍ରୀତ ତୃତୀୟ ଥର ପାଇଁ ଅଲିମ୍ପିକ୍ସରେ ଖେଳିବାକୁ ଯାଉଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଭାରତର ଏହି ଅଲିମ୍ପିକ୍ସ ସ୍କ୍ୱାଡରେ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି ।

ଭାରତୀୟ ଦଳରେ ସ୍ଥାନ ପାଇଥିବା ୫ ଜଣ ଖେଳାଳି ଚଳିତ ଥର ଅଲିମ୍ପିକ୍ସ ଡେବ୍ୟୁ କରିବେ । ସେହି ଖେଳାଳିମାନଙ୍କଙ୍କ ମଧ୍ୟରେ ଜର୍ମନପ୍ରୀତ ସିଂହ, ସଞ୍ଜୟ, ରାଜ କୁମାର ପଲ, ଅଭିଷେକ ଓ ସୁଖଜୀନ ସିଂହ ରହିଛନ୍ତି । ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ, ଭେଟେରାନ ଗୋଲକିପର ପି.ଆର ଶ୍ରୀଜେଶ, ନୀଳକଣ୍ଟ ଶର୍ମା, ଯୁଗରାଜ ସିଂହ, କ୍ରିଷ୍ଣ ବାହାଦୂର ପାଠକ, ସୁମିତ, ଶାମଶେର ସିଂହ, ବିବେକ ସାଗର ପ୍ରସାଦ, ଗୁରଜନ୍ତ ସିଂହ, ଲଲିତ କୁମାର ଉପାଧ୍ୟାୟ, ମନଦୀପ ସିଂହ । ବେଲଜିୟମ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ ସମେତ ଭାରତ ଆଦି ଟିମ୍ ପୁଲ-ବି’ରେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.