fbpx

ହକି ବିଶ୍ୱକପ: ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜୋରଦାର ଲଢେଇ, ଦୁଇ ଦଳ ବାଣ୍ଟିଲେ ପଏଣ୍ଟ

AAKASH

ରାଉରକେଲା: ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସଂଘର୍ଷମୟ ଲଢେଇ ହୋଇଥିଲା। ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ୍ ସ୍କୋର କରି ପାରି ନଥିଲେ। ହକି ବିଶ୍ୱକପରେ ଆଜି ଭାରତ ଏହାର ଦ୍ୱିତୀୟ ମ୍ୟାଚ୍ ଖେଳୁଥିଲା। ତେବେ ଚତୁର୍ଥ କ୍ୱାଟର ସୁଦ୍ଧା ଅନେକ ଉଭୟ ଦଳ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ କୌଣସି ଦଳ ଗୋଲ୍ କରିବାରେ ସଫଳ ହୋଇ ନଥିଲେ। ଯାହା ଫଳରେ ମ୍ୟାଚ ଗୋଲ ଶୁନ୍ୟ ରହିଥିଲା। ମ୍ୟାଚ ବିନା କୌଣସି ଗୋଲରେ ଶେଷ ହେବାରୁ ଦୁଇ ଦଳକୁ ଏକ ଏକ ପଏଣ୍ଟ ମିଳିବ।

ପଏଣ୍ଟ ଟେବୁଲ୍‌କୁ ଦେଖିଲେ ଦୁଇ ଦଳର ପଏଣ୍ଟ ସମାନ ଥିଲେ ମଧ୍ୟ ଗୋଲ୍ ଦୃଷ୍ଟିରୁ ଇଂଲଣ୍ଡ ଆଗରେ ରହିଛି। ତେଣୁ ଇଂଲଣ୍ଡ ବର୍ତ୍ତମାନ ମଧ୍ୟ ଟେବୁଲ୍ ଶିର୍ଷରେ ରହିଛି। ଭାରତ ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌କୁ ହରାଇ ଥିବା ବେଳେ ଇଂଲଣ୍ଡ ଉଦଘାଟନୀ ମ୍ୟାଚ୍‌ରେ ୱେଲ୍ସକୁ ହରାଇ ଥିଲା।

Get real time updates directly on you device, subscribe now.