fbpx
BJD SKY
BJD SKY

ଜାତୀୟ ଗଣମାଧ୍ୟମରେ ହକି ବିଶ୍ୱକପକୁ ଉପେକ୍ଷା: କ୍ରିକେଟ ପରି ହକିକୁ ଗୁରୁତ୍ୱ ମିଳୁନି, ମୁହଁ ଖୋଲିଲେ ପୂର୍ବତନ କ୍ରୀଡ଼ାବିତ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍ । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲା ଦୁଇ ସହର ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଆକର୍ଷଣୀୟ ଢଙ୍ଗରେ ପ୍ରସ୍ତୁତ ହୋଇ ରହିଛି । ତେବେ ଏହା ମଧ୍ୟରେ ଗତ ୧୧ ତାରିଖରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବକୁ ଉଦଘାଟନ କରିଥିବା ବେଳେ ଏହି ଅବସରରେ ବଲିଉଡ ଅଭିନେତା, ରଣବୀର ସିଂହ, ଅଭିନେତ୍ରୀ ଦିଶା ପଟାନୀ, ସଙ୍ଗୀତଜ୍ଞ ପ୍ରିତମ ଚକ୍ରବର୍ତ୍ତୀଙ୍କସହ ଓଲିଉଡର ଅନେକ କଳାକାର ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ।

ତେବେ ହକିକୁ ନେଇ ଓଡ଼ିଶା ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଏକ ବ୍ୟତିକ୍ରମ । ହକି ବିଶ୍ୱକପର ପରି ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ଜାତୀୟ ଗଣମାଧ୍ୟମଗୁଡ଼ିକରେ ଗୁରୁତ୍ୱ ପ୍ରଦାନ କରାଯାଉନାହିଁ । ତେଣୁ ଏନେଇ ମୁହଁ ଖୋଲିଛନ୍ତି ଦେଶର କିଛି ପୂର୍ବତନ କ୍ରୀଡ଼ାବିତ । ଏହି କ୍ରମରେ ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଓ ଭାରତୀୟ ହକି ଟିମର ପୂର୍ବତନ ଅôଧନାୟକ ବୀରେନ୍ ରସକ୍ୱିନା ।

ଗମ୍ଭୀର କହିଛନ୍ତି, ରାଷ୍ଟ୍ରର ମର୍ଯ୍ୟାଦା, ପରମ୍ପରା ଓ ଗୌରବ ବୃଦ୍ଧି କରୁଥିବା ହକି ପରି ଏକ କ୍ରୀଡ଼ାକୁ ଜାତୀୟସ୍ତରରେ ଗୁରୁତ୍ୱ ଦିଆନଯିବା ନିନ୍ଦନୀୟ । କ୍ରିକେଟ ଆମ ଦେଶର ଏନମ୍ବର କ୍ରୀଡ଼ା ହୋଇପାରେ, ମାତ୍ର ଜାତୀୟ ଖେଳ ହକିକୁ ମଧ୍ୟ ମାନ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ସେହିପରି ହକିକୁ ନେଇ ଜାତୀୟ ଗଣମାଧ୍ୟମର ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୀରେନ୍ । ସୂଚନାଯୋଗ୍ୟ ଯେ, ୨୦୧୮ ଓ ୨୦୨୩ରେ କ୍ରମାଗତ ଦୁଇବର୍ଷ ଧରି ହକି ବିଶ୍ୱକପର ଆୟୋଜନ କରି ଓଡ଼ିଶା ପ୍ରଶଂସା ଭାଜନ ହେବାରେ ସକ୍ଷମ ହୋଇଛି । ନୂଆ ଷ୍ଟାଡିୟମ, କ୍ରୀଡ଼ା ଭିତ୍ତିଭୂମିର ବିକାଶ, ଯୁବ ଖେଳାଳିଙ୍କୁ ପ୍ରୋତ୍ସାହନ ମିଳିବା ଫରେ ଦେଶରେ ହକି ପ୍ରତି ଯୁବ ଖେଳାଳିଙ୍କର ଉତ୍ସାହ ସୃଷ୍ଟି ହୋଇଛି । ଭାରତ ବିଜେତା ହେଲେ ପ୍ରତି ଖେଳାଳିଙ୍କୁ କୋଟିଏ ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.