fbpx

ହକି ବିଶ୍ୱକପ: ଆଜି ସେମିଫାଇନାଲରେ ମୁହାଁମୁହିଁ ହେବେ ଶ୍ରେଷ୍ଠ ଚାରି ଦଳ

ଭୁବନେଶ୍ୱର: ଆଜି ହକି ବିଶ୍ୱକପ୍ ୨୦୨୩ ର ଉଭୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ଜର୍ମାନୀ ଏବଂ ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମ ଓ ନେଦରଲ୍ୟାଣ୍ଡ ମୁହାଁମୁହିଁ ହେବେ। ଏହି ଉଭୟ ମ୍ୟାଚ୍ ବହୁତ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଏହାର ମୁଖ୍ୟ କାରଣ ହେଉଛି ଏହି ଚାରିଟି ଦଳ ହକି ର଼୍ୟାଙ୍କିଙ୍ଗରେ ଟପ୍ -୪ ରେ ରହିଛନ୍ତି।

ବିଶ୍ୱ ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆର ଦଳ ଏକ ନମ୍ବର ସ୍ଥାନରେ ରହିଛି। ପୁଲ୍ ପର‌୍ୟ୍ୟାୟରେ ଅଷ୍ଟ୍ରେଲିଆ ଫ୍ରାନ୍ସ ଏବଂ ଦକ୍ଷିଣ ଆଫ୍ରିକାକୁ ଅତି ଶୋଚନୀୟ ଭାବରେ ପରାସ୍ତ କରିଛି। ଏଥି ସହିତ ତାଙ୍କୁ ଆର୍ଜେଣ୍ଟିନା ବିପକ୍ଷରେ ଡ୍ର’ର ସାମ୍ନା କରିବାକୁ ପଡିଥିଲା। ତେବେ ପୁଲ୍-ଏ ଟପ୍ କରିବା ପରେ ସେ କ୍ୱାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ କରିଥିଲେ, ଆଉ ସ୍ପେନକୁ ୪-୩ ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ।

ଅନ୍ୟପଟରେ ଜର୍ମାନୀ ଦଳ ପୁଲ୍ ପର‌୍ୟ୍ୟାୟରେ ଦକ୍ଷିଣ କୋରିଆ ଏବଂ ଜାପାନକୁ ପରାସ୍ତ କରିଥିବା ବେଳେ ବେଲଜିୟମ ସହିତ ମ୍ୟାଚ୍ ଡ୍ର ରହିଥିଲା। ପୁଲ୍ ବିରେ ଦ୍ୱିତୀୟ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ପହଞ୍ଚିବା ପାଇଁ ଜର୍ମାନୀକୁ କ୍ରସଓଭର ମ୍ୟାଚ୍ ଖେଳିବାକୁ ପଡିଥିଲା। କ୍ରସଓଭର ମ୍ୟାଚରେ ଜର୍ମାନୀ ଫ୍ରାନ୍ସକୁ ୫-୧ରେ ପରାସ୍ତ କରିଥିଲା ​​ଏବଂ ପରେ କ୍ୱାର୍ଟର ଫାଇନାଲରେ ପେନାଲ୍ଟି ସୁଟଆଉଟରେ ଇଂଲଣ୍ଡକୁ ୪-୩ ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା। ଆଜି ଏହି ଦଳ ଉଭୟ କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୪.୩୦ ସମୟରେ ପ୍ରଥମ ସେମିଫାଇନାଲରେ ସଂଘର୍ଷ କରିବେ।

ସେହିପରି ବେଲଜିୟମ ପୁଲ୍-ବିରେ ଦକ୍ଷିଣ କୋରିଆ ଏବଂ ଜାପାନକୁ ଏକପାଖିଆ ଭାବେ ପରାସ୍ତ କରିଥିଲା। ଏଥି ସହିତ ଜର୍ମାନୀ ସହ ମ୍ୟାଚ୍ ଡ୍ର ରହିଥିଲା। ପୁଲରେ ଶୀର୍ଷରେ ରହିବାରୁ ସିଧାସଳଖ କ୍ୱାର୍ଟର ଫାଇନାଲରେ ସ୍ଥାନ ପ୍ରବେଶ କରିଥିଲା। ଏଠାରେ ବେଲଜିୟମ ନ୍ୟୁଜିଲ୍ୟାଣ୍ଡକୁ ୨-୦ରେ ପରାସ୍ତ କରି ସେମିଫାଇନାଲ ଟିକେଟ ନିଶ୍ଚିତ କରିଥିଲା ଡିଫଣ୍ଡି ଚମ୍ପିୟନ।

ନେଦରଲ୍ୟାଣ୍ଡ ମଧ୍ୟ ସେମାନଙ୍କ ପୁଲ-ସି ରେ ଶୀର୍ଷରେ ରହିଥିଲା। ଲିଗ୍ ପର‌୍ୟ୍ୟାୟରେ ଏକପାଖିଆ ଭାବେ ମାଲେସିଆ, ନ୍ୟୁଜିଲାଣ୍ଡ ଏବଂ ଚିଲିକୁ ନେଦରଲ୍ୟାଣ୍ଡ ପରାସ୍ତ କରିଥିଲା। କ୍ୱାର୍ଟର ଫାଇନାଲରେ ମଧ୍ୟ ଏହି ଦଳ ଦକ୍ଷିଣ କୋରିଆକୁ ୫-୧ରେ ପରାସ୍ତ କରିଛି। ବିଶ୍ୱକପ୍ ୨୦୨୩ ର ଏହା ହେଉଛି ଏକମାତ୍ର ଦଳ, ଯାହା ଗୋଟିଏ ବି ମ୍ୟାଚ୍ ହାରିନାହିଁ। ଏହି ଦୁଇ ଦଳ ମଧ୍ୟରେ ସନ୍ଧ୍ୟା ୭ ଟାରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଆରମ୍ଭ ହେବ।

Get real time updates directly on you device, subscribe now.