fbpx

୪୯୯ ବର୍ଷ ପରେ ଚଳିତ ହୋଲିରେ ଶନି-ଗୁରୁଙ୍କ ଅଦ୍ଭୁଦ ସଂଯୋଗ, ଜାଣନ୍ତୁ ଆପଣଙ୍କ ରାଶିରେ କିପରି ପଡିବ ପ୍ରଭାବ ?

ଚଳିତ ହୋଲି ପର୍ବରେ ଗ୍ରହମାନଙ୍କର ଏକ ଦୁଲର୍ଭ ସଂଯୋଗ ହେବାକୁ ଯାଉଛି । ନ୍ୟାୟର ଦେବତା ଶନି ଓ କ୍ୟାରିୟର, ଧନ ଓ ସମ୍ପତ୍ତିର କାରକ ବୃହସ୍ପତି ନିଜ ନିଜ ସ୍ଥାନରେ ରହିବେ । ଅର୍ଥାତ୍ ଦେବଗୁରୁ ଧନୁ ରାଶିରେ ଓ ଶନି ମକର ରାଶିରେ ରହିବେ । ପ୍ରାୟ ୪୯୯ ବର୍ଷ ପରେ ଗ୍ରହମାନଙ୍କର ଏପରି ସଂଯୋଗ ହେବାକୁ ଯାଉଛି । ଏହା ପୂର୍ବରୁ ଏପରି ସଂଯୋଗ ୧୫୨୧ରେ ହୋଇଥିଲା । ଚଳିତ ହୋଲିରେ ହେବାକୁ ଯାଉଥିବା ଦୁଲର୍ଭ ମହାସଂଯୋଗର ପ୍ରଭାବ ଆସନ୍ତା ହୋଲି ପର୍ଯ୍ୟନ୍ତ ରହିବ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଶି ଉପରେ ଏହାର ପ୍ରଭାବ କିପରି ପଡିବ..

ମେଷ-

କ୍ୟାରିୟର ଓ ଆର୍ଥିକ କ୍ଷେତ୍ରରେ ସ୍ଥିତି ଭଲ ରହିବ । ବିନିଯୋଗ ପାଇଁ ସମୟ ଭଲ ରହିଛି । କ୍ୟାରିୟରରେ ସଫଳତା ମିଳିବା ସହ ଆପଣ ଭାଗ୍ୟବାନ୍ ହେବାକୁ ଯାଉଛନ୍ତି । ଚାକିରି ବଦଳାଇବାର ସୁଯୋଗ ରହିଛି । କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବାକୁ ପଡିବ ।
ବୃଷ-

କ୍ୟାରିୟରରେ ଅତୁଳନୀୟ ସଫଳତା ପାଇବାକୁ ଯାଉଛନ୍ତି । କୌଣସି ବଡ କାମ ପୂରଣ ହେବା ସହ ଧନ ସମ୍ପର୍କରେ ସ୍ଥିରତା ରହିବ । ପୈତୃକ ସମ୍ପତ୍ତିରେ ଲାଭର ଲକ୍ଷଣ ରହିଛି । କିନ୍ତୁ ପ୍ରେମ ସମ୍ପର୍କ ଖରାପ ହେବ । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅଲଗା ହେବାର ପରିସ୍ଥିତି ଦେଖାଦେଇପାରେ । ବାଣିଜ୍ୟ କ୍ଷେତ୍ରରେ ଲାଭ ମିଳିପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରନ୍ତୁ ।
ମିଥୁନ-

କ୍ୟାରିୟର ଓ ବ୍ୟବସାୟରେ ଅଶୁଭ ପରିସ୍ଥିତି ଦେଖାଯିବ । କିଛି ସମସ୍ୟା ଦେଖାଯିବା ସହ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଏହି ସମୟରେ ଚାକିରି ପରିବର୍ତ୍ତନ କରନ୍ତୁ ନାହିଁ । ପୈତୃକ ସମ୍ପତ୍ତି ବିକ୍ରିରେ କ୍ଷତିରେ ପଡିପାରନ୍ତି । ଯଦି କୌଣସି ନୂଆ ଘରକୁ ଯିବା ପାଇଁ ଚିନ୍ତା କରୁଛନ୍ତି, ତେବେ ନିଷ୍ପତ୍ତି ବଦଳାଇ ଦିଅନ୍ତୁ ।
କର୍କଟ-

ବ୍ୟବସାୟରେ କ୍ଷତି ହେବାର ଲକ୍ଷଣ ରହିଛି, ସେଥିପାଇଁ ସାବଧାନ୍ ରୁହନ୍ତୁ । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ଅସୁବିଧା ନାହିଁ, କିନ୍ତୁ ଯୁକ୍ତିତର୍କ ଯୋଗୁଁ ଉଚ୍ଚ ଅଧିକାରୀଙ୍କ ସହ ମତଭେଦ ହୋଇପାରେ । କ୍ୟାରିୟରରେ ଲୋକଙ୍କ ସହଯୋଗ କମ୍ ମିଳିବ । ସମ୍ପତ୍ତିରେ ବିନିଯୋଗ ହୋଇଥିବା ଅର୍ଥ ଉପରେ ସଙ୍କଟ ଆସିପାରେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ଆସିପାରେ । ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବା ଦରକାର ।
ସିଂହ-

କ୍ୟାରିୟର ଓ ବ୍ୟବସାୟ କ୍ଷେତ୍ରରେ ଭଲ–ଖରାପ ମିଶିକି ରହିଛି । ପରିବାରକୁ କମ୍ ସମୟ ଦେବାରେ ସକ୍ଷମ ହେବେ । ଚାକିରି ପାଇଁ ବାହାରକୁ ଯିବାକୁ ଯିବାର ସୁଯୋଗ ରହିଛି । ଧନ କ୍ଷେତ୍ରରେ ସେୟାର ମାର୍କେଟ ଠାରୁ ଦୂରେଇ ରୁହନ୍ତି । ନିରାପଦା ସହ ବିନିଯୋଗ କରନ୍ତୁ । ପ୍ରେମ ସମସ୍ୟା ବହୁତ ଭଲ ରହିବ ।
କନ୍ୟା-

କନ୍ୟା ରାଶିର ବ୍ୟକ୍ତିଙ୍କୁ ଏହି ମହାସଂଯୋଗ ପାଇଁ ବହୁତ ଲାଭ ମିଳିବାକୁ ଯାଉଛି । ଆପଣଙ୍କୁ କିଛି କାମରେ ବଡ ସଫଳତା ମିଳିବ । ଯେଉଁ ନୂଆ ଯୋଜନାରେ ଟଙ୍କା ବିନିଯୋଗ କରିବାକୁ ଯାଉଛନ୍ତି, ତାହା ଭଲ ହେବ । ସେୟାର ମାର୍କେଟରେ ବି ଲାଭବାନ୍ ହେବେ । ପ୍ରେମ ସମ୍ପର୍କ ଭଲ ରହିବା ସହ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ଖର୍ଚ୍ଚରେ ହ୍ରାସ ଘଟିବ ।
ତୁଳା-

ହୋଲିରୁ ଆପଣଙ୍କ ଭଲ ସମୟ ଆରମ୍ଭ ହେବ । କ୍ୟାରିୟରରେ କିଛି ନୂଆ ହେବା ସହ ପଦୋନ୍ନତି ହେବାର ସଂଯୋଗ ରହିଛି । ନୂଆ କାମ ପାଇଁ ଆପଣଙ୍କୁ ଲାଭ ମିଳିବ । ଆଗକୁ ବଢିବା ପାଇଁ ଆପଣଙ୍କ ପାଇଁ ଭଲ ସମୟ ଆସିଛି । ଟଙ୍କା ଦୃଷ୍ଟରୁ ଆପଣ ଭାଗ୍ୟବାନ୍ ହେବେ, କିନ୍ତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ଘର, କାର୍ ଏବଂ ବଙ୍ଗଳା କିଣିପାରନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ଭାଇ-ଭଉଣୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ବିଛା-

କ୍ୟାରିୟର ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇବେ । ଅର୍ଦ୍ଧ ଶତାବ୍ଦୀ ସମାପ୍ତ ହୋଇଥିବାରୁ ଆତ୍ମବିଶ୍ୱାସ ବଢିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ନୂଆ କରିବାକୁ ସୁଯୋଗ ମିଳିବ । ଚାକିରି ବଦଳାଇବାର ଲକ୍ଷଣ ରହିଛି । ପ୍ରେମ ସମ୍ପର୍କରେ କିଛିଟା ତିକ୍ତତା ଦେଖାଯିବ । ନିଜର ବକ୍ତବ୍ୟ ଉପରେ ନିୟନ୍ତ୍ରଣ କରିବା ଜରୁରି । ବାପାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।
ଧନୁ-

କ୍ୟାରିୟରରେ ସମସ୍ୟା ଦେଖାଦେଇପାରେ । ଧନର ଅଭାବ ରହିବ ନାହିଁ, କିନ୍ତୁ ନିବେଶ ବେଳେ ସତର୍କ ରହିବା ଆବଶ୍ୟକ । ଏହି ହୋଲିଠାରୁ ଆସନ୍ତା ହୋଲି ପର୍ଯ୍ୟନ୍ତ, ଆପଣ ସମ୍ପତ୍ତିରେ ବିନିଯୋଗ କରି ଉପକୃତ ହେବେ । ଯେଉଁମାନେ ବିବାହକୁ ଭଲପାଆନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସୁଛି । କିନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସାବଧାନ୍ ରୁହନ୍ତି ।
ମକର-

ମକର ରାଶିର ବ୍ୟକ୍ତିଙ୍କ କ୍ୟାରିୟର ଓ ବ୍ୟବସାୟରେ ଲାଭ ପାଇବାର ସଙ୍କେତ ରହିଛି । ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ଚାକିରି ପରିବର୍ତ୍ତନର ସଂଯୋଗ ରହିଛି । ଧନ ମାମଲାରେ ଆପଣଙ୍କ ଭାଗ୍ୟ ଉଜ୍ଜ୍ୱଳ ରହିଛି । ଜୁଲାଇ ଓ ସେପ୍ଟେମ୍ବର ମଧ୍ୟରେ ଗାଡି କିମ୍ବା ଘର କିଣିବାର ସଂଯୋଗ ରହିଛି । ଏପ୍ରିଲରୁ ଅକ୍ଟୋବର ପର୍ୟ୍ୟନ୍ତ ଅର୍ଥ ଦୃଷ୍ଟିରୁ ପରିସ୍ଥିତି ଅତ୍ୟନ୍ତ ଖରାପ ପର୍ୟ୍ୟାୟ ଦେଇ ଗତି କରିବ । ପାରିବାରିକ ଜୀବନରେ ଆରାମ ମିଳିବ ।
କୁମ୍ଭ-

କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ଏହି ମହାସଂଯୋଗ ଅଶୁଭ ପରିସ୍ଥିତି ସୃଷ୍ଟି କରୁଛି । କ୍ୟାରିୟର ଓ ବ୍ୟବସାୟରେ ସାମାନ୍ୟ ବିଫଳତା ଆପଣଙ୍କୁ ବଡ କ୍ଷତିରେ ପହଞ୍ଚାଇପାରେ । ଟଙ୍କା ପ୍ରସଙ୍ଗରେ ମଧ୍ୟ ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ଜୀବନ ଭଲ ରହିବ । ସ୍ୱାସ୍ଥ୍ୟ ମାମଲାରେ କୌଣସି ସମସ୍ୟା ଆସିବ ନାହିଁ ।
ମୀନ-

ଶନି ଓ ବୃହସ୍ପତି ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ମୀନ ରାଶିର ଏକାଦଶ ଘରେ ରହିବାକୁ ଯାଉଛନ୍ତି । ଟଙ୍କା କ୍ଷେତ୍ରରେ ଆପଣ ଲାଭବାନ୍ ହେବେ । କ୍ୟାରିୟର ଓ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ପଦୋନ୍ନତି ହେବା ସହ ବିଦେଶ ଯାତ୍ରା ଯିବାର ସଂଯୋଗ ରହିଛି ।

Get real time updates directly on you device, subscribe now.