ରାଶିଫଳ (ବୁଧବାର ,୦୭ ଅପ୍ରିଲ ,୨୦୨୧)

News across the Earth, news close to your heart, Read Odisha Bhaskar English

ମେଷ – ମଥାରେ ରକ୍ତ ଚନ୍ଦନ ଲଗାନ୍ତୁ ମନୋବାଞ୍ଛିତ ପରିବେଷ ପରିସ୍ଥତି ମିଳିବ, ଶୁଭରେ ଶୁଭରେ ଦିନ କଟିବ, କୌଣସି ପୁରୁଣା ଯୋଜନାରେ ସଫଳ ହେବେ, କୌଣସି ଦ୍ରବ୍ୟ ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ॥

ବୃଷ – ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଆନ୍ତୁ ଶୁଭ ଖବର ମିଳିବ, ଇଛାପୁରଣ ହେବ, ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ ମାତ୍ର ପରିବାରରେ କାହାର ସ୍ବାସ୍ଥ୍ୟଚିନ୍ତା ରହିବ, ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ ॥

ମିଥୁନ – ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ମନେ ମନେ ଓଁ ନମଃ ଶିବାୟ ଜପକରୁଥିବେ, ଟଙ୍କପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅଥପ୍ରାପ୍ତିର ସୂଚନା ମିଳିଵ, ଆଜି କିଛି ଚିନି ଗୁଡ ଲାଲ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ ମନମୁତାବକ ଫଳ ପାଇବେ ॥

କର୍କଟ –  ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହିବ, ନିଜଲୋକମାନେ ହଇରାଣ କରିବେ, ଆୟ କମିବ ବ୍ୟୟ ବୃଦ୍ଧି ହେବ ଓ ଭୁଲ ନିଷ୍ପତିର ଶିକାର ହେବେ, ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ଦୁର୍ଗାଙ୍କର ଚାଳିଷା ପାଠକରି ଦିନ ଆରମ୍ଭ କରିବେ ॥

ସିଂହ – ଦିନର ପ୍ରତ୍ୟେକ ପରିବେଷରେ ଖୁସି ମିଳିବ, ଚାକିରି କ୍ଷେତ୍ରରେ ସୁଯୋଗ ସୁବିଧା ବଢିବ, ଲବଙ୍ଗଟିଏ ପାଟିରେ ରଖି ଦିନ କାଟନ୍ତୁ, କର୍ମ କ୍ଷେତ୍ର ସ୍ଥିତି ଦୃଢ ରହିବ, କୌଣସି ସରକାରି ସହାୟତା ମିଳିବ ଏବଂ ଆଜି ଭଗବାନ ଶିବଙ୍କୁ ଦଶନ କରନ୍ତୁ, ଦାୟିତ୍ବ ଏବଂ ଆର୍ଥିକ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ ॥

କନ୍ୟା – ବ୍ୟବସାୟରେ ଲାଭ ବଢିବ ଏବଂ ନିତ୍ୟବ୍ୟବହାର୍ୟ୍ୟ ଦ୍ରବ୍ୟ ମିଳିବ, ବିବାହ ନିମନ୍ତେ ବାଟ ଖୋଲିବ, କାର୍ୟ୍ୟରେ ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୁରଣ ହେବ, ପୁଞ୍ଜି ଲଗାଣକାରୀ ସଂସ୍ଥା ସହିତ ଜଡିତ ହୋଇ ଲାଭ ହେବ ମାତ୍ର ସ୍ବାସ୍ଥ୍ୟପ୍ରତି ସତର୍କ ରହିବେ ॥

ତୁଳା – କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ପିଲାମନଙ୍କୁ ନୁତନ କର୍ମନିଯୁକ୍ତିର ଖବର ମିଳିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ, ଆଜି ମନେ ମନେ ମାଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ॥

ବିଛା – ମନର ଆଶାପୁରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ, କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ଘରୁ ବାହାରିଲା ବେଳେ ମହୁଖାଇ ବାହାରନ୍ତୁ ରିଷ୍ଟ କମିବ, କୌଣସି ଯୋଜନାରେ ସଫଳ ହେବେ, ଆର୍ଥିକ ସ୍ବଛଳତା ପରିଲିକ୍ଷିତ ହେବ ॥

ଧନୁ –  ଆଜି ଚନ୍ଦନର ଟିକା ମଥାରେ ଲଗାନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ, ଆଜି କିଛି ମିଠା ଦାନ କରନ୍ତୁ ଅଟକିଥିବା କାମ ପୁରଣ ହେବ, ଗଛିତ ଅର୍ଥ(ସେଭିଙ୍ଗସ ରୁଫ)ବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ ॥

ମକର – କୌଣସି ପ୍ରକାରର ଧୋକା ମିଳିବ, ଆଜି ଗୋଟିଏ ଲାଲ ମନ୍ଦାର ଗଛ ଲଗାନ୍ତୁ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ପିମ୍ପୁଡିଙ୍କୁ ଗୁଡ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ, ଅନୁକୁଳ ସମୟ ରହିବ ॥

କୁମ୍ଭ  – ଆଜି କିଛି ଅଟା କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ଶୁଭରେ ଶୁଭରେ ଦିନ କଟିବ, ଆଜି ଲାଲ ରଙ୍ଗର କିଛି ବ୍ୟବହାର କରନ୍ତୁ ନାହିଁ ଏବଂ କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ॥

ମୀନ – ଆଜି ଭାଗ୍ୟ ସାଥ ଦେବ, ଅର୍ଥଚିନ୍ତା ଏବଂ ମାନସିକ ଅଶାନ୍ତି ଦୁର ହେବ, ପୁଞ୍ଜି ଲଗାଣକାରୀ ସଂସ୍ଥା ସହିତ ଜଡିତ ହୋଇ ଲାଭ ହେବ ମାତ୍ର ସ୍ବାସ୍ଥ୍ୟପ୍ରତି ସତର୍କ ରହିବେ ॥

 

Get real time updates directly on you device, subscribe now.