fbpx
BJD SKY
BJD SKY

ଆଜି କିପରି ବିତିବ ଆପଣଙ୍କ ଦିନ (୧୯ା୪ା୨୦୨୦, ରବିବାର)

BJD

ମେଷ – ଶୁଭଚନ୍ଦ୍ର ଚଳନ ହେତୁ ଦିନଟି ଶୁଭାଧୀକ ପରିବେଷ ମଧ୍ୟରେ ଅତିବାହିତ ହେବ । ରାଜନୈତିକ ପରିବେଷ ମଧ୍ୟରେ ନିଜର କିଛି ପରିଚୟ ଷୃଷ୍ଟି କରିବାର ସୁଯୋଗ ଆସିବ, ପାରିବାରିକ ସମ୍ବନ୍ଧ ଖୁସିରେ କଟିବ ।
ବୃଷ – ଅଶୁଭଚନ୍ଦ୍ର ଗତିଶୀଳ ହେତୁ ଧନ, ମନ ଓ ମାନ ପ୍ରତି କ୍ଷେତ୍ରରେ କ୍ଷତି ସହିବାକୁ ପଡିପାରେ । ଅଯଥା ବ୍ୟୟ ଋଣର କାରଣ ହେବ । ଶତୃଭୟ ବ୍ୟତିବ୍ୟସ୍ତ କରିବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇବେ ।
ମିଥୁନ- ଅଶୁଭଚନ୍ଦ୍ର ଚଳନ ହେତୁ ଦିବସଟି ବହୁ ବାଧା ବିଘ୍ନ ଦେଇ ଅତିବାହିତ ହେବେ ତେଣୁ ସତର୍କତାର ସହିତ ନରହିଲେ କୌଣସି ଯାନବାହାନ କିମ୍ବା ବିଦ୍ୟୁତ ଜନିତ ଦୁର୍ଘଟଣା ଘଟିପାରେ ।
କର୍କଟ- ଶୁଭଚନ୍ଦ୍ରଙ୍କ ଚଳନ ହେତୁ ଆଜିର ଦିନଟି ସମସ୍ତ ଦୃଷ୍ଟିରୁ ଶୁଭ ରହିବ, ସହଯୋଗି ଙ୍କର ସହାୟତାରେ ଯୋଜନାମାନ ସଫଳ ହେବ । ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ । ମହିଳା ଓ ଛାତ୍ରୀମାନେ ଖୁସି ମନରେ କାଳାତିପାତ କରିବେ ।
ସିଂହ- ଶୁଭଚନ୍ଦ୍ର ପ୍ରଭାବରେଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସମସ୍ତ ଦୃଷ୍ଟିରୁ ଶୁଭ ରହିବ, କୌଣସି ସାହାସିକ କାର୍ଯ୍ୟ ପାଇଁ ସମ୍ମାନିତ ହୋଇପାରନ୍ତି, ଶିକ୍ଷା ସହିତ ଜଡିତ ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଶୂଭ, । ମହିଳା ଓ ଛାତ୍ରଛାତ୍ରୀ ମାନେ ଅତ୍ୟନ୍ତ ଉତ୍ସାହିତ ରହିବେ ।
କନ୍ୟା – ଶୁଭଚନ୍ଦ୍ରର ପ୍ରଭାବ ରହିବ ଫଳରେ ସମସ୍ତ ଶୁଭ କର୍ମ କରିବା ପାଇଁ ଦିନଟିି ଉତମ, ଅବିବାହିତା ମାନଙ୍କ ପାଇଁ ବିବାହର ସମ୍ଭାବନା ଷୃଷ୍ଟି ହେବ । ଭାଗିଦାରି ବ୍ୟବସାୟରେ ଆର୍ଥିକ ଲାଭ ବଢିବ, ମା ମାନେ ନିଜ ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ ।
ତୁଳା – ଦିନଟି ପ୍ରେମି ଯୁଗଳ ମାନଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ । ଭାଗିଦାରି ବ୍ୟବସାୟରେ ସଫଳତାର ପାହାଚ ଚଢିବେ, କୌଣସି ସମାଜ କଲ୍ୟାଣ କାର୍ଯ୍ୟ କ୍ଷେତ୍ରରେ ସାହାଯ୍ୟ ସହଯୋଗର ହାତ ବଢିବ, ସାଂସାରିକ ଜୀବନ ଖୁସିରେ ଅତିବାହିତ ହେବ ।
ବିଛା – ଶୁଭଚନ୍ଦ୍ର ଗତୀଶୀଳ ହେତୁ ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେଶ୍ ଶୁଭ ରହିଛି । ଚାକିରିରେ ନୁତନ ପଦ ମର୍ଯ୍ୟଦା ଲାଭ ହେବାର ନଜିର ମିଳିବ । ଜଳ ସମ୍ବନ୍ଧିୟ ବ୍ୟବସାୟରେ ଲାଭ ପ୍ରାପ୍ତିର ଦିନ ରହିବ । ମହିଳା ଓ ଛାତ୍ରଛାତ୍ରୀମାନେ କର୍ମ ନିପୂଣ ହେବେ ।
ଧନୁ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ସହଯୋଗି ଙ୍କର ସହାୟତାରେ ଯୋଜନାମାନ ସଫଳ ହେବ । ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ । ମହିଳା ଓ ଛାତ୍ରୀମାନେ ଖୁସି ମନରେ କାଳାତିପାତ କରିବେ ।
ମକର- ଆଜିର ଦିନଟି ଧାର୍ମୀକ ପରିବେଷରେ କଟିବ । ବୈଦେଶିକ ବ୍ୟାପାର ଏବଂ ଆମଦାନି ରପ୍ତାନି ବ୍ୟବସାୟରେ ଲାଭ ହେବ, ଦୂର ବନ୍ଧୁଙ୍କର ଆଗମନରେ ଏକ ଆନନ୍ଦପୂର୍ଣ ବାତାବରଣ ରହିବ ।
କୁମ୍ଭ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ଗୃହ ନିର୍ମାଣର ସୁଯୋଗ ରହିବ, ନୁତନ ସ୍ଥାନ ଭ୍ରମଣରେ ଯିବେ । ବହୁଦିନର ମାଲିମକୋଦ୍ଦମାରେ ଜୟ ଲାଭ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ କୌଣସି ଦିଗରୁ ଶୁଭ ଖବର ପାଇବେ ।
ମୀନ – ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଆର୍ଥିକ ଉନ୍ନତି ସହିତ ମାନସିକ ଶାନ୍ତି ବୃଦ୍ଧି ପାଇବ । ଜମିଜମା କ୍ରୟବିକ୍ରୟ ବ୍ୟବସାୟରେ ସଫଳ ହେବେ । ମହିଳା ଓ ଛାତ୍ରଛାତ୍ରୀମାନେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପନ କରିବେ ।

Get real time updates directly on you device, subscribe now.