fbpx
BJD SKY
BJD SKY

ରାଶିଫଳ(ବୁଧବାର,୧୧ ମେ,୨୦୨୨)

BJD

ମେଷ : ଆଜି ମାନସିକ ଏକାଗ୍ରତାର ଅଭାବ ଅନୁଭବ କରିପାରନ୍ତି । ଶାରୀରିକ ରୂପରେ ଆଳସ୍ୟ ହୋଇପାରେ । ଧନର ନିବେଶ ସମ୍ଭାଳିକରି କରନ୍ତୁ, କମ ଲାଭର ଆଶଙ୍କା ଅଛି । ଆବଶ୍ୟକ କାଗଜପତ୍ରଙ୍କ ଉପରେ ଅଧିକ ଧ୍ୟାନ ଦେବେ । ମଧ୍ୟାହ୍ନ ପରେ କାର୍ଯ୍ୟର ପ୍ରାରମ୍ଭ କରିବାରେ ସରଳତା ରହିବ । ପାରିବାରିକ ବାତାବରଣରେ ସୁଧାର ହେବ ।

ବୃଷ : ବ୍ୟବହାରିକ କାର୍ଯ୍ୟଗୁଡ଼ିକୁ ନିପଟାଇବା ପାଇଁ ଆଜିର ଦିନ ଶୁଭ ଅଟେ । ବୃଦ୍ଧ ଏବଂ ମିତ୍ରମାନଙ୍କ ସହ ସାକ୍ଷାତ କରିବାର ଯୋଗ ଅଛି । ନୂଆ ମିତ୍ର ବନି ପାରନ୍ତି, ଯାହାର ମିତ୍ରତା ଦୀର୍ଘକାଳ ପର୍ଯ୍ୟନ୍ତ ସ୍ଥାୟୀ ରହିବ । ସନ୍ତାନମାନଙ୍କର ପ୍ରଗତି ସମ୍ଭବ ଅଟେ । ପର୍ଯ୍ୟଟନ କିମ୍ବା ଯାତ୍ରା ଯୋଗ ଅଛି । ମଧ୍ୟାହ୍ନ ପରେ କିଛି ଅସୁବିଧା ଆସିପାରେ ।

ମିଥୁନ : ବ୍ୟାପାରୀ-ବର୍ଗଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ବ୍ୟାପାରିମାନଙ୍କୁ ବ୍ୟାପାରରେ ବୃଦ୍ଧି ହେବାର ଯୋଗ ଅଛି । ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ । ପିତା ତଥା ବଡ଼ଲୋକମାନଙ୍କଠାରୁ ଲାଭ ହେବ । ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ ।

କର୍କଟ : ଆଜି ଦିନ ମଧ୍ୟାହ୍ନ ପରେ ସୁଖ ମିଳିବ । ଦିନର ପ୍ରାରମ୍ଭରେ କିଛି ଆଲସ୍ୟ ଏବଂ ମାନସିକ ଚିନ୍ତା ରହିବାର ସମ୍ଭାବନା ଅଛି । ପେଟ ସହିତ ଜଡ଼ିତ କୌଣସି ସମସ୍ୟା ହୋଇପାରେ । ଭାଗ୍ୟ ସାଥି ନ ଦେବାର ଅଭିଯୋଗ ହୋଇପାରେ । ସନ୍ତାନମାନଙ୍କ ବିଷୟରେ ମଧ୍ୟ ଚିନ୍ତା ଅଧିକ ରହିବ ।

ସିଂହ : ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଫଳଦାୟୀ ରହିବ । ବିଚାର ଉପରେ ନିୟନ୍ତ୍ରଣ ରଖିବେ ତଥା ଅନୈତିକ କାର୍ଯ୍ୟଗୁଡ଼ିକରୁ ଦୂରରେ ରହିବାକୁ ଉପଦେଶ । ଶାରୀରିକ ଏବଂ ମାନସିକ ଶ୍ରମ ଅଧିକ ରହିବ । ସେଥିପାଇଁ ଥକିବା ଅନୁଭବ କରିପାରନ୍ତି । ଆକସ୍ମିକ ଧନଲାଭ ଯୋଗ ଅଛି ।

କନ୍ୟା : ଆଜି ଆପଣଙ୍କୁ ଯଶ-କୀର୍ତ୍ତି ଏବଂ ମାନ-ସମ୍ମାନ ପ୍ରାପ୍ତ ହେବାର ଯୋଗ ଅଛି । ମନୋରଞ୍ଜନ କ୍ଷେତ୍ରରେ ଆପଣଙ୍କ ଦିନ ଆନନ୍ଦପୂର୍ଣ୍ଣ ରହିବ । ବ୍ୟାପାରିମାନଙ୍କୁ ଧନ ମିଳିବାର ସମ୍ଭାବନା ଅଛି । ମଧ୍ୟାହ୍ନ ପରେ ସ୍ୱାସ୍ଥ୍ୟ ନରମ-ଗରମ ହୋଇପାରେ ।

ତୁଳା : ଆଜିର ଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ ଅଟେ । କୌଣସି ମଧ୍ୟ କାର୍ଯ୍ୟକୁ ଆପଣ ଦୃଢ଼ ମନୋବଳ ଏବଂ ଆତ୍ମ ବିଶ୍ୱାସପୂର୍ବକ କରି ପାରିବେ । ମନକୁ ଶାନ୍ତ ରଖିବେ । ଘରେ ବାତାବରଣ ଆନନ୍ଦଦାୟୀ ଏବଂ ଶାନ୍ତିପ୍ରଦ ରହିବ । ବାଣୀ ଉପରେ ନିୟନ୍ତ୍ରଣ ରଖିବେ ।

ବିଚ୍ଛା : ଆଜି ଆପଣଙ୍କୁ ସାହିତ୍ୟିକ ପ୍ରବୃତ୍ତି କରିବାକୁ ରୁଚିକର ଲାଗିବ । ବିଦ୍ୟାର୍ôଥମାନଙ୍କପାଇଁ ମଧ୍ୟ ସମୟ ଅନୁକୂଳ ଅଟେ । ଶେୟାର-ସଟ୍ଟାରୁ ଲାଭ ହେବ । ମନୋବଳ ଦୃଢ଼ ଏବଂ ଆତ୍ମବିଶ୍ୱାସ ଭରପୂର ହେବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ । ତଥାପି ପ୍ରତ୍ୟେକ କାର୍ଯ୍ୟକୁ ଶାନ୍ତିରେ କରିବାକୁ ଉଚିତ ହେବ ।

ଧନୁ : ଆଜିର ଦିନ ସାବଧାନ ପୂର୍ବକ ବିତାଇବା ଉଚିତ ହେବ । ପରିବାରରେ ଚିନ୍ତାର ମାହୌଲ ନ ବନୁ, ଏହାର ଧ୍ୟାନ ରଖିବେ । ନିଜର ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଧନ ଏବଂ କୀର୍ତ୍ତିର ହାନି ହୋଇପାରେ । ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନ ସୃଜନାତ୍ମକ ପ୍ରବୃତ୍ତିଗୁଡ଼ିକ ପ୍ରତି ଆକର୍ଷିତ ହେବ । ସ୍ୱଭାବରେ ପ୍ରେମ ଭାବ ବୃଦ୍ଧି ହେବ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ ।

ମକର : ଜୀବନସାଥୀ ସହିତ ବ୍ୟବହାର ଅଧିକ ମଧୁରତା ପୂର୍ଣ୍ଣ ହେବ । ମିତ୍ରମାନଙ୍କ ସହିତ ପର୍ଯ୍ୟଟନର ଆୟୋଜନ କରି ପାରନ୍ତି । ଭାଇ ଏବଂ ସ୍ନେହୀଜନମାନଙ୍କ ସହିତ ସମ୍ବନ୍ଧ ଭଲ ରହିବ । ମାନ-ସମ୍ମାନରେ ବୃଦ୍ଧି ହେବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ । ମଧ୍ୟାହ୍ନ ପରେ ସମୟ କିଛି ଠିକ ରହିବ ନାହିଁ, ପ୍ରତ୍ୟେକ କାମରେ ସାବଧାନ ରୁହନ୍ତୁ । ବ୍ୟବସାୟର ଚିନ୍ତା ହୋଇପାରେ ।

କୁମ୍ଭ : ନିଜର ଖର୍ଚ୍ଚ ଉପରେ ଆପଣଙ୍କୁ ନିୟନ୍ତ୍ରଣ ରଖିବାକୁ ହେବ । କ୍ରୋଧ ଏବଂ ଜିହ୍ୱା ଉପରେ ମଧ୍ୟ ନିୟନ୍ତ୍ରଣ ରଖିବାକୁ ହେବ । ଯୁକ୍ତି ଏବଂ ବିବାଦରୁ ଦୂରରେ ରହିବା ଭଲ । ମଧ୍ୟାହ୍ନ ପରେ ଆପଣଙ୍କ ବିଚାରରେ ସ୍ଥିରତା ଦେଖାଯିବ । କୌଣସି ରଚନାତ୍ମକ କାର୍ଯ୍ୟ ପ୍ରତି ଆପଣଙ୍କ ଆକର୍ଷଣ ବଢ଼ିପାରେ ।

ମୀନ : ଆଜି କୌଣସି ଧାର୍ମିକ କାର୍ଯ୍ୟର ମନ ବନାଇ ପାରନ୍ତି । ପରିବାରରେ ଆନନ୍ଦମୟ ବାତାବରଣ ରହିବ । କାର୍ଯ୍ୟସଫଳତା ମିଳିବ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଧ୍ୟାନ ରଖିବେ । ନୂଆ କାର୍ଯ୍ୟ ପାଇଁ ଶୁଭ ଦିନ ଅଟେ । ମଧ୍ୟାହ୍ନ ପରେ ଆପଣଙ୍କ ସ୍ୱଭାବରେ କ୍ରୋଧ ଅଧିକ ରହିପାରେ, ସେଥିପାଇଁ ବାଣୀ ଏବଂ ବ୍ୟବହାରକୁ ସନ୍ତୁଳିତ ରଖିବା ଆବଶ୍ୟକ ଅଟେ । ପରିଜନମାନଙ୍କ ସହିତ ଅଧିକ ବାଦ-ବିବାଦ ନ କରିବା ପାଇଁ ଉପଦେଶ ।

Get real time updates directly on you device, subscribe now.